Categories: ଖେଳ

ଏହି କ୍ରିକେଟର ଏବେ ସମ୍ପୂର୍ଣ୍ଣ ଫିଟ୍‌, କହିଲେ- କେବଳ ଦଳକୁ ଫେରିବାକୁ ଅପେକ୍ଷା

ନୂଆଦିଲ୍ଲୀ,୧୯।୯: ଭାରତୀୟ ଟିମ୍‌ର ବୋଲର୍‌ ଦୀପକ ଚାହର ଆହତ ସମସ୍ୟାରୁ ସମ୍ପୂର୍ଣ୍ଣ ଫିଟ୍‌ ହୋଇଛନ୍ତି। ଏବେ ସେ ଦଳରେ ପୁଣି ଥରେ ସ୍ଥାନ ମିଳିବାକୁ ଅପେକ୍ଷା କରିଛନ୍ତି। ମଙ୍ଗଳବାର ଦିଲ୍ଲୀରେ ନିଜର ନୂଆ ବ୍ରାଣ୍ଡ ‘ଡିନାଇନ’ର ଲଞ୍ଚ ଅବସରରେ କ୍ରିକେଟର କହିଛନ୍ତି, ସମସ୍ତଙ୍କ ଭଳି ଭାରତ ଲାଗି ବିଶ୍ୱକପ୍‌ ଜିତିବା ତାଙ୍କର ସ୍ବପ୍ନ। ଏବେ ସେ ସମ୍ପୂର୍ଣ୍ଣ ଫିଟ୍‌। କେବଳ ଜାତୀୟ ଦଳକୁ ଫେରିବାକୁ ଚେଷ୍ଟା କରୁଛି। ନିକଟରେ ସେ ରାଜସ୍ଥାନ ପ୍ରିମିୟର ଲିଗ୍‌ ଟୁର୍ନାମେଣ୍ଟ ଖେଳିଛନ୍ତି। ରବିବାର ଯାଏ ଏନ୍‌ସିଏରେ ଥିଲି। ଭାରତୀୟ ଟିମ୍‌ ଏସିଆନ ଗେମ୍ସ ଲାଗି ଚାଇନା ଯାଉଥିବା ବେଳେ ସେ ତାଙ୍କ ସହ ଅଭ୍ୟାସ କରୁଥିଲେ ବୋଲି କହିଛନ୍ତି।

Share