Categories: ଖେଳ

ଆଇପିଏଲ୍‌ ପରେ ଟି-୨୦ ବିଶ୍ୱକପ୍‌ ଖେଳିବା ଉପରେ ସନ୍ଦେହ, ଆଉ ୪ ମାସ…

ନୂଆଦିଲ୍ଲୀ,୧୪।୪: ଆଇପିଏଲ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳିଥିବା ଦ୍ରୁତ ବୋଲର୍‌ ଦୀପକ ଚହର ଏବେ ଆହତ ସମସ୍ୟା ଦେଇ ଗତି କରୁଛନ୍ତି। ଏଥିଯୋଗୁ ସେ ଆଇପିଏଲ୍‌ର ଚଳିତ ସଂସ୍କରଣରୁ ବାଦ୍‌ ପଡ଼ିଛନ୍ତି। ଏବେ ସେ ଚଳିତ ବର୍ଷ ହେବାକୁ ଥିବା ଟି-୨୦ ବିଶ୍ୱକପ୍‌ରୁ ମଧ୍ୟ ବାହାର ହେବେ ବୋଲି ଅନୁମାନ କରାଯାଉଛି।

ଦୀପକ ଏବେ ପୀଠିରେ ଯନ୍ତ୍ରଣା ଅନୁଭବ କରୁଛନ୍ତି। ତାଙ୍କର ସ୍କାନ୍‌ କରାଯାଉଛି। ତେବେ ଏହି ଆଘାତରୁ ସେ ସୁସ୍ଥ ହେବାକୁ ଅତିକମ୍‌ରେ ୪ ମାସ ସମୟ ଲାଗିବ। ଏଣୁ ଅକ୍ଟୋବର-ନଭେମ୍ବରରେ ହେବାକୁ ଥିବା ବିଶ୍ୱକପ୍‌ ଟୁର୍ନାମେଣ୍ଟରୁ ତାଙ୍କୁ ବାଦ୍‌ ଦିଆଯାଇପାରେ ବୋଲି କୁହାଯାଉଛି।

Share