Categories: ଖେଳ

ଚହରଙ୍କ ପତ୍ନୀଙ୍କଠାରୁ ୧୦ ଲକ୍ଷ ଟଙ୍କାର ଠକେଇ, ମିଳୁଛି ହତ୍ୟା ଧମକ

ନୂଆଦିଲ୍ଲୀ,୩।୨: ଭାରତୀୟ ଟିମ୍‌ର ତାରକା ଦ୍ରୁତ ବୋଲର ଦୀପକ ଚହରଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଦୀପକଙ୍କ ପତ୍ନୀ ଜୟା ଭରଦ୍ୱାଜଙ୍କ ସହ ୧୦ ଲକ୍ଷ ଟଙ୍କାର ଠକେଇ କରାଯାଇଛି। ହାଇଦ୍ରାବାଦ କ୍ରିକେଟ ଆସୋସିଏଶନର ପୂର୍ବତନ ମ୍ୟାନେଜର କମଲେଶ ପାରିକଙ୍କ ବିରୋଧରେ ଏହି ଠକେଇ ଅଭିଯୋଗ ହୋଇଛି। ଏହି ମାମଲାରେ ଦୀପକଙ୍କ ପିତା ଲୋକେନ୍ଦ୍ର ଚହର ପୋଲିସ ଷ୍ଟେଶନରେ ମାମଲା ଦାୟର କରିଛନ୍ତି। ଟଙ୍କା ମାଗିବାରୁ ଜୟାଙ୍କୁ ଦୁର୍ବ୍ୟବହାର କରାଯିବା ସହ ହତ୍ୟା ଧମକ ଦିଆଯାଉଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି।

ଚହରଙ୍କ ପରିବାର ଉତ୍ତରପ୍ରଦେଶର ଆଗ୍ରାରେ ରହୁଛନ୍ତି। ଦୀପକଙ୍କ ପିତା ଲୋକେନ୍ଦ୍ର କମଳେଶ ଏବଂ ତାଙ୍କ ପୁଅ ଧ୍ରୁବଙ୍କ ଉପର ଜୟାଙ୍କ ୧୦ ଲକ୍ଷ ଟଙ୍କା ହଡ଼ପ କରିବା ଅଭିଯୋଗ କରିଛନ୍ତି। ଦୁହେଁ ଜୟାଙ୍କ ସହ ଜୋତା ବ୍ୟବସାୟକୁ ନେଇ ଚୁକ୍ତି କରିଥିବା ସେ କହିଛନ୍ତି। ପୋଲିସ ଏହି ମାମଲାରେ ଧାରା ୪୨୦,୪୦୬,୫୦୪, ୫୦୬ ଅଧୀନରେ ମୋକଦ୍ଦମା ଦାୟର କରିନେଇଛି।

Share