Categories: ବାଣିଜ୍ୟ

୧୭ ଯାଏ ରିମାଣ୍ଡରେ ଗଲେ ଦୀପକ କୋଚ୍ଚର

ମୁମ୍ବାଇ: ଆଇସିଆଇସିଆଇ ବ୍ୟାଙ୍କର ବେଆଇନ ଋଣ ପ୍ରଦାନ ମାମଲାରେ ବ୍ୟାଙ୍କର ସିଇଓ ଚନ୍ଦା କୋଚ୍ଚରଙ୍କ ସ୍ବାମୀ ଦୀପକ କୋଚ୍ଚରଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଚଳିତ ମାସ ୧୭ ତାରିଖ ଯାଏ ରିମାଣ୍ଡରେ ନେଇଛି। ମୁମ୍ବାଇର ସ୍ବତନ୍ତ୍ର କୋର୍ଟ ଏ ନେଇ ଅନୁମତି ପ୍ରଦାନ କରିଥିବା ଜଣାପଡିଛି। ଆଇସିଆଇସିଆଇ ବ୍ୟାଙ୍କ ଭିଡିଓକନ ମାମଲାରେ ସେପ୍ଟେମ୍ବରରେ ଇଡି ଦୀପକଙ୍କୁ ଗିରଫ କରିଥିଲା। ତାଙ୍କୁ ସେପ୍ଟେମ୍ବର ୧୯ ଯାଏ ପ୍ରଥମେ ରିମାଣ୍ଡରେ ନିଆଯାଇଥିଲା। ସେ କୋଭିଡ୍‌-୧୯ ପଜିଟିଭ ଆସିବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିଲା। ପରେ ତାଙ୍କର ଚିକିତ୍ସା ମଧ୍ୟ କରାଯାଇଛି। ସେ ଠିକ୍‌ ହେବା ପରେ ସ୍ବତନ୍ତ୍ର କୋର୍ଟରେ ହାଜର କରାଯିବା ସହ ତାଙ୍କୁ ରିମାଣ୍ଡରେ ନେବା ଲାଗି ଇଡି ଆବେଦନ କରିଥିଲା।

Share