Categories: ଖେଳ

ବିଜୟରୁ ବଜରଙ୍ଗ, ଦୀପକଙ୍କ ଅଭିଯାନ ଆରମ୍ଭ

ବର୍ମିଂହାମ,୫।୮: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ କୁସ୍ତି ଇଭେଣ୍ଟ ଶୁକ୍ରବାର ଆରମ୍ଭ ହୋଇଛି। ଆରମ୍ଭରୁ ଭାରତର ଦୁଇ ଷ୍ଟାର ରେସ୍‌ଲର ବଜରଙ୍ଗ ପୁନିଆ ଏବଂ ଦୀପକ ପୁନିଆ ପ୍ରଥମ ମ୍ୟାଚରେ ବିଜୟୀ ହୋଇ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି।

୬୫ କେଜି ଫ୍ରିଷ୍ଟାଇଲ ବର୍ଗରେ ବଜରଙ୍ଗ ପୁନିଆ ୧ ମିନିଟ ୪୭ ସେକେଣ୍ଡ ମଧ୍ୟରେ ନିଜ ପ୍ରତିପକ୍ଷଙ୍କୁ ହରାଇ କ୍ୱାର୍ଟରରେ ପ୍ରବେଶ କରିଛନ୍ତି। ବଜରଙ୍ଗ ଏହି ମ୍ୟାଚକୁ ୪-୦ରେ ଜିତି ନେଇଥିଲେ। ତାଙ୍କର ମୁକାବିଲା ନଉରାଉର ଲୋୱେ ବିଙ୍ଗ୍‌ହାମ୍‌ଙ୍କ ସହ ହୋଇଥିଲା। ୨୦୧୮ରେ ବଜରଙ୍ଗ ସ୍ବର୍ଣ୍ଣ ଜିତିଥିବାରୁ ଚଳିତ ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ତାଙ୍କଠାରୁ ସ୍ବର୍ଣ୍ଣ ଆଶା ରହିଛି।

ଅନ୍ୟପକ୍ଷରେ ଦୀପକ ପୁନିଆ ମଧ୍ୟ ୮୬ କେଜି ବର୍ଗରେ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ସେ ନ୍ୟୁଜିଲାଣ୍ଡର ମାଥ୍ୟୁ ଓକ୍ସେନହାମ୍‌ଙ୍କୁ ୩ ମିନିଟ ୨୨ ସେକେଣ୍ଡ ମଧ୍ୟରେ ହରାଇ ଦେଇଛନ୍ତି। ଫଳରେ ଦୀପକ ପରବର୍ତ୍ତୀ ରାଉଣ୍ଡ ତଥା କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି।

 

Share