Categories: ଖେଳ

ଦୀପଙ୍କର ଓଡ଼ିଶା ହକି ପ୍ରମୋଶନ କାଉନସିଲ ନିର୍ଦ୍ଦେଶକ

ଭୁବନେଶ୍ୱର, ୧୮।୧୦(ତପନ ସ୍ବାଇଁ): ଓଡ଼ିଶା ହକି ପ୍ରମୋଶନ କାଉନସିଲର ନିର୍ଦ୍ଦେଶକଭାବେ ଦୀପଙ୍କର ମହାପାତ୍ରଙ୍କୁ ରାଜ୍ୟ ସରକାର ନିଯୁକ୍ତ କରିଛନ୍ତି। ସେ ଓଡ଼ିଶା ହକି ପ୍ରମୋଶନ କାଉନ୍ସିଲର ପରିଚାଳନାକୁ ଓଭରଅଲ୍‌ ତଦାରଖ କରିବା ସହ ରାଜ୍ୟରେ କିପରି ହକି ଅଧିକ ଲୋକପ୍ରିୟ ହୋଇପାରିବ ସେ ଦିଗରେ କାର୍ଯ୍ୟ କରିବେ। ନିଯୁକ୍ତ ହେବାପରେ ସେ ରାଜ୍ୟ ହକି ଇକୋସିଷ୍ଟମ ସମ୍ପର୍କରେ ଅନୁଷ୍ଠାନର ସଦସ୍ୟଙ୍କ ସହ ଆଲୋଚନା କରିଥିଲେ। ସମସ୍ତେ ମିଶି ହକିର ଉନ୍ନତି ପାଇଁ କାର୍ଯ୍ୟ କରିବାକୁ ସେ ଉତ୍ସାହିତ କରିଥିଲେ। ଓଡ଼ିଶା ଏବେ ହକିର ଗ୍ଲୋବାଲ ହବ୍‌ରେ ପରିଣତ ହୋଇଛି। ତାଙ୍କ ନେତୃତ୍ୱରେ ହକି ପ୍ରମୋଶନ କାଉନ୍‌ସିଲ ପ୍ରତିଭା ସମ୍ପନ୍ନ ଖେଳାଳିଙ୍କ ପାଇଁ ଅଧିକରୁ ଅଧିକ ସୁଯୋଗ ସୃଷ୍ଟି କରିବା ସହ ଜାତୀୟ ଦଳରେ ଯେପରି ଓଡ଼ିଶାର ଅଧିକ ପ୍ରତିନିଧିତ୍ୱ ରହିବ ସେ ଲକ୍ଷ୍ୟରେ କାର୍ଯ୍ୟ କରିବ।

Share