ମୁମ୍ବାଇ: ଟୋକିଓ ଅଲମ୍ପିକ୍ସ ବ୍ରୋଞ୍ଜ ପଦକ ବିଜୟିନୀ ପିଭି ସିନ୍ଧୁଙ୍କ ସହିତ ବଲିଉଡ୍ ଷ୍ଟାର ରଣବୀର ସିଂ ଓ ଦୀପିକା ପାଦୁକୋଣଙ୍କ ସହ ଶନିବାର ଏକ ରେଷ୍ଟୁରାଣ୍ଟରେ ଡିନର କରିଛନ୍ତି। ଏନେଇ ସୋସିଆଲ ମଡିଆରେ ଏକ ଫଟୋ ଶେୟାର କରି ସୂଚନା ଦେଇଛନ୍ତି ରଣବୀର।
ଡିନର ବେଳେ ରଣବୀର ଡେନିମ ଜିନ୍ସ ସହିତ ଫ୍ଲୋରାଲ ପ୍ରିଣ୍ଟର ଡ୍ରେସ ପିନ୍ଧିଥିବା ବେଳେ ଦୀପିକା ବ୍ଲାକ ଆଉ ହ୍ବାଇଟର ଏକ ଡ୍ରେସ ପିନ୍ଧିଥିଲେ। ସିନ୍ଧୁ ମଧ୍ୟ ହ୍ବାଇଟ ଡ୍ରେସ ପିନ୍ଧିଥିଲେ।
ଅଲମ୍ପିକ୍ସରେ ୨ଥର ପଦକ ହାସଲ କରିବାରେ ସିନ୍ଧୁ ଭାରତର ଏକମାତ୍ର ମହିଳା ଆଥଲେଟ୍। ସେ ଚଳିତ ବର୍ଷ ଅଲମ୍ପିକ୍ସର ମହିଳା ସିଙ୍ଗଲ୍ସ ବ୍ୟାଡ୍ମିଣ୍ଟନରେ ବ୍ରୋଞ୍ଜ ପଦକ ଜିତିଥିଲେ।