Posted inଜାତୀୟ

ନିର୍ବାଚନକୁ ବିପଦ ଡିପ୍‌ଫେକ୍‌ ଭିଡିଓ, ଭଏସ୍‌ କ୍ଲୋନିଂ

ନୂଆଦିଲ୍ଲୀ,୨ା୪(ପି.ଟି.): ଲୋକ ସଭା ନିର୍ବାଚନ ପୂର୍ବରୁ ଭୋଟରମାନଙ୍କୁ ପ୍ରଲୋଭିତ କରିବା ଲାଗି ରାଜନୈତିକ ଦଳଗୁଡ଼ିକ କୌଣସି ଉପାୟ ହାତଛଡ଼ା କରିବାକୁ ଚାହୁଁନାହାନ୍ତି। ଏଭଳି ସ୍ଥଳେ ଭୋଟରମାନଙ୍କୁ ପ୍ରଭାବିତ କରିବା ଲାଗି କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଏବଂ ଡିପ୍‌ଫେକ୍‌ ପ୍ରଯୁକ୍ତିର ଦୁରୁପଯୋଗ ହେବା ନେଇ ସାଇବର ସିକ୍ୟୁରିଟି ବିଶେଷଜ୍ଞମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି। ଏପ୍ରିଲ ୧୯ରୁ ଜୁନ୍‌ ୧ ପର୍ଯ୍ୟନ୍ତ ୭ ପର୍ଯ୍ୟାୟରେ ଲୋକ ସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ମିଥ୍ୟା ଖବର ଓ ଭୁଲ୍‌ ତଥ୍ୟ ଚିହ୍ନଟ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିବର୍ର୍ାଚନ କମିଶନ ମାନକ ସଞ୍ଚାଳନ ପ୍ରକ୍ରିୟା ଜାରି କରିଛନ୍ତି। ତେବେ ନିର୍ବାଚନ ପ୍ରଚାର ସମୟରେ ଡିପ୍‌ଫେକ୍‌ ଭିଡିଓ ଏବଂ ଭଏସ୍‌ କ୍ଲୋନିଂ ପ୍ରଯୁକ୍ତିର ବ୍ୟାପକ ଦୁରୁପଯୋଗ ହୋଇପାରେ ବୋଲି ଦିଲ୍ଲୀ ପୋଲିସ ସାଇବର କ୍ରାଇମ୍‌ ୟୁନିଟ୍‌ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ସେଭଳି କଣ୍ଟେଣ୍ଟଗୁଡ଼ିକୁ ଠିକ୍‌ ସମୟରେ ଠାବ କରିବା ଓ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ ବୋଲି ସେ ବିଶ୍ୱାସ କରୁଛନ୍ତି।
ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବ୍ୟବହାରରେ ପ୍ରସ୍ତୁତ ହେଉଥିବା ଜାଲ୍‌ ଭିଡିଓ କଣ୍ଟେଣ୍ଟକୁ ସ୍ବତଃ ଚିହ୍ନଟ କରିବା ଓ ମୌଳିକ କଣ୍ଟେଣ୍ଟ ସହ ସେଥିରେ ଥିବା ପାର୍ଥକ୍ୟ ବାହାର କରିବା ପାଇଁ ସେଭଳି କୌଣସି ପ୍ରଯୁକ୍ତି ଏପର୍ଯ୍ୟନ୍ତ ବାହାରି ନାହିଁ। ଏ ସମ୍ପର୍କରେ ଆଇନ ପ୍ରବର୍ତ୍ତନକାରୀ ସଂସ୍ଥା ଅବଗତ ହେବା ପୂର୍ବରୁ ସୋସିଆଲ ମିଡିଆରେ ତାହା ପ୍ରସାରିତ ହୋଇ ବହୁତ କ୍ଷତି କରିସାରିଥିବ ବୋଲି ଅଫିସର ଜଣକ କହିଛନ୍ତି। ଗତ ଜାନୁଆରୀରେ ଆମେରିକାରେ ଡେମୋକ୍ରାଟିକ୍‌ ପାର୍ଟିର ନ୍ୟୁହାମ୍ପସାୟାର ପ୍ରାଇମେରି ଚାଲିଥିବାବେଳେ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ସ୍ବରକୁ ନକଲ କରି ଏକ ରୋବୋକଲ୍‌ ହୋଇଥିଲା, ଯେଉଁଥିରେ ଭୋଟରମାନଙ୍କୁ ଅଂଶଗ୍ରହଣ ନ କରିବାକୁ ଭୁଲ୍‌ ପରାମର୍ଶ ଦିଆଯାଇଥିଲା। ଏହା ସାଧାରଣ ନିର୍ବାଚନରେ ସେମାନଙ୍କ ଯୋଗ୍ୟତାକୁ ପ୍ରଭାବିତ କରିବ ବୋଲି ଦର୍ଶାଯାଇଥିଲା। ସ୍ଲୋଭାକିଆରେ ଏକ ଏଆଇ ପ୍ରସ୍ତୁତ ଭଏସ୍‌ ଜଣେ ପ୍ରାର୍ଥୀଙ୍କ ସ୍ବରକୁ ନକଲ କରିଥିଲା, ଯେଉଁଥିରେ ପ୍ରାର୍ଥୀ ଜଣକ ମଦ ଦର ବଢ଼ାଇବା ଯୋଜନା ଏବଂ ନିର୍ବାଚନରେ ରିଗିଂ କରିବା ନେଇ ଆଲୋଚନା କରୁଥିଲେ। ଏହା ଫେସ୍‌ବୁକ୍‌ରେ ଜୋର୍‌ଦାର ପ୍ରସାରିତ ହୋଇଥିଲା। ଗତବର୍ଷ ଫେବୃଆରୀରେ ନାଇଜେରିଆ ନିର୍ବାଚନ ବେଳେ ରାଷ୍ଟ୍ରପତି ପ୍ରାର୍ଥୀ ବାଲଟ୍‌ ଜାଲିଆତି କରିବା ଯୋଜନା କରୁଥିବାର ମିଥ୍ୟା ଅଡିଓ କ୍ଲିପ୍‌ ପ୍ରସାରିତ ହୋଇଥିଲା। ବାଂଲାଦେଶ ସାଧାରଣ ନିର୍ବାଚନ ପୂର୍ବରୁ ବିରୋଧୀ ଦଳ ନେତ୍ରୀ ରୁମିନ ଫାର୍‌ହାନା ବିକିନି ପିନ୍ଧିଥିବା ଏବଂ ନିପୁନ ରାୟ ସୁଇମିଂ ପୁଲ୍‌ରେ ଥିବାର ଡିପ୍‌ଫେକ୍‌ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।
ଏଆଇ ପ୍ରସ୍ତୁତ ମିଥ୍ୟା ସୂଚନାର ବ୍ୟାପକ ପ୍ରସାର ନିର୍ବାଚନୀ ପ୍ରକ୍ରିୟା ଏବଂ ଗଣତାନ୍ତ୍ରିକ ପ୍ରତିଷ୍ଠାନ ଉପରେ ଥିବା ଜନସାଧାରଣଙ୍କ ବିଶ୍ୱାସକୁ ନଷ୍ଟ କରିଦେଇପାରେ ବୋଲି ପୂର୍ବତନ ଆଇପିଏସ୍‌ ଅଫିସର ତଥା ସାଇବର ସିକ୍ୟୁରିଟି ବିଶେଷଜ୍ଞ ତ୍ରିବେଣୀ ସିଂ କହିଛନ୍ତି। ଏଥିପାଇଁ ସରକାର ସାଇବର ସୁରକ୍ଷା ବିଶେଷଜ୍ଞ, ପ୍ରଯୁକ୍ତି କମ୍ପାନୀ, ସିିଭିଲ୍‌ ସୋସାଇଟି ସଂଗଠନଗୁଡ଼ିକ ସହ ପରାମର୍ଶ କରି ଏଆଇ ଉପକରଣଗୁଡ଼ିକର ମୂଲ୍ୟାୟନ ଏବଂ ଅନୁମୋଦନ ପାଇଁ ସ୍ବଚ୍ଛ ଓ ନିରପେକ୍ଷ ଗାଇଡ୍‌ଲାଇନ ଆଣିବା ଆବଶ୍ୟକ ବୋଲି ସେ ପ୍ରସ୍ତାବ ଦେଇଛନ୍ତି।
ନିର୍ବାଚନ ବେଳେ ଏଆଇ ଦ୍ୱାରା ସମ୍ଭାବ୍ୟ ବିପଦର ମୁକାବିଲା ପାଇଁ କ’ଣ ପଦକ୍ଷେପ ନିଆଯାଉଛି ବୋଲି ପ୍ରଶ୍ନ ହେବାରୁ ତ୍ରିବେଣୀ କହିଥିଲେ, ଆପତ୍ତିଜନକ ଅନ୍‌ଲାଇନ କଣ୍ଟେଣ୍ଟକୁ ହଟାଇବା ପାଇଁ କେନ୍ଦ୍ର ସରକାର ନୋଡାଲ ସଂସ୍ଥା ଭାବେ ଇଣ୍ଡିଆନ୍‌ ସାଇବର କ୍ରାଇମ୍‌ କୋଅର୍ଡିନେଶନ ସେଣ୍ଟର (ଆଇ୪ସି) ଗଠନ କରିଛନ୍ତି। ଅନ୍‌ଲାଇନରେ ଦୁର୍ଭାବନାପୂର୍ଣ୍ଣ ବିଷୟବସ୍ତୁ ସମ୍ପର୍କରେ ଯେକୌଣସି ରାଜ୍ୟର ପୋଲିସଠାରୁ ସୂଚନା ପାଇବାମାତ୍ରେ ଆଇ୪ସି ଉକ୍ତ ସୋସିଆଲ ମିଡିଆ କମ୍ପାନୀ ପାଖରେ ପହଞ୍ଚତ୍ ତାହାକୁ ଡିଲିଟ୍‌ କରାଇଥାନ୍ତି। ଜାଲ୍‌ ଖବର କିମ୍ବା ଅନୁପଯୁକ୍ତ ବିଷୟବସ୍ତୁ ଚିହ୍ନଟ ଲାଗି ରାଜ୍ୟ ପୋଲିସର ସାଇବର କ୍ରାଇମ୍‌ ୟୁନିଟ୍‌ ଅନ୍‌ଲାଇନ ପାଟ୍ରୋଲିଂ କରୁଛି। ଡିପ୍‌ଫେକ୍‌ ଏବଂ ଭଏସ୍‌ କ୍ଲୋନିଂକୁ ଚିହ୍ନଟ ଓ ସମୀକ୍ଷା କରିବା ପାଇଁ ସୁରକ୍ଷା ଏଜେନ୍ସି ଏକ ସ୍ବତନ୍ତ୍ର ଟିମ୍‌ ପ୍ରସ୍ତୁତ କରିବାକୁ ପ୍ରସ୍ତାବ ଦିଆଯାଇଛି। ନିର୍ବାଚନ ଭଳି ଗୁରୁତ୍ୱପୂର୍ଣ୍ଣ ସମୟରେ ଉକ୍ତ ଟିମ୍‌ ୨୪ ଘଣ୍ଟା ଉପଲବ୍ଧ ହେବ। ଭୋଟରଙ୍କୁ ଡିପ୍‌ଫେକ୍‌ ଏବଂ ଭଏସ୍‌ କ୍ଲୋନିଂ ସମ୍ପର୍କରେ ସଚେତନ କରାଇବାକୁ ସଚେତନତା ଅଭିଯାନ ଲାଗି ସେ କର୍ତ୍ତୃପକ୍ଷଙ୍କୁ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କୁ ପୁଣି ଧମକ

ମୁମ୍ବାଇ,୧୮ା୧୦: ଅଭିନେତା ସଲମାନ ଖାନଙ୍କୁ ପୁଣି ଧମକ ମିଳିଛି। ହ୍ବାଟ୍ସଆପ୍‌ରେ ମୁମ୍ବାଇ ଟ୍ରାଫିକ୍‌ ପୋଲିସକୁ ଏପରି ଧମକପୂର୍ଣ୍ଣ ମେସେଜ ଆସିଛି। ଏଥିରେ ସଲମାନଙ୍କଠାରୁ ୫ କୋଟି...

ଓଲଟା ସାମ୍ନା କରିବେ ନା ନିଜେ ଓଲଟି ଯିବେ ନୀତୀଶ? ପୁଣି ଅଡୁଆରେ ବିହାର ସରକାର

ପାଟନା,୧୭।୧୦: ବିହାରରେ ମଦ ଉପରେ ନିଷେଧାଦେଶ ଜାରି କରାଯାଇଥିବା ବେଳେ ଯେଉଁମାନେ ବେଆଇନ ମଦ ବ୍ୟବସାୟ କରୁଛନ୍ତି ସେମାନେ ପୁଣି ଥରେ ସରକାରଙ୍କୁ ଏକ ଶକ୍ତ...

ୟୁପିରେ ହେଉଛି ନକଲି ଏନକାଉଣ୍ଟର, ଯୋଗୀ ତାଙ୍କ ଆସନକୁ ବଞ୍ଚାଇବାକୁ…

ଲକ୍ଷ୍ନୌ,୧୭।୧୦: ଉତ୍ତର ପ୍ରଦେଶ ପୋଲିସ ଗୁରୁବାର ବହରାଇଚ ହିଂସା ଏବଂ ରାମ ଗୋପାଳ ମିଶ୍ରଙ୍କ ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଛି। ଏହି ଏନକାଉଣ୍ଟରରେ ଦୁଇ...

କେଉଁଠୁ ଆସୁଛି ବିମାନକୁ ବୋମାରେ ଉଡାଇ ଦେବାର ଧମକ, ଗୁଇନ୍ଦା ଏଜେନ୍ସି ହାତରେ ଲାଗିଲା ବଡ ତଥ୍ୟ

ନୂଆଦିଲ୍ଲୀ,୧୭।୧୦: ସୋସିଆଲ ମିଡିଆରେ ବିଭିନ୍ନ ବିମାନକୁ ବୋମାରେ ଉଡାଇ ଦେବାକୁ ଧମକ ମିଳିବାର କିଛି ଦିନ ପରେ କେନ୍ଦ୍ରୀୟ ଗୁପ୍ତଚର ସଂସ୍ଥା ଲଣ୍ଡନ ଏବଂ ଜର୍ମାନୀର...

ବିଦେଶରେ ବସିଥିବା ଲୋକ ଚଲାଉଛନ୍ତି କଂଗ୍ରେସ ଅଧ୍ୟକ୍ଷଙ୍କ ଫେସବୁକ ଆକାଉଣ୍ଟ, ଖାର୍ଗେଙ୍କ ଉପରେ ବଡ ଅଭିଯୋଗ

ନୂଆଦିଲ୍ଲୀ,୧୭।୧୦: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ନାମରେ ଏକ ଭେରିଫାଏଡ ଫେସବୁକ ପେଜ୍‌କୁ ଦର୍ଶାଇ ଭାଜପା ଅଭିଯୋଗ କରିଛି ଯେ କଂଗ୍ରେସ ଅଧ୍ୟକ୍ଷଙ୍କ ଇଣ୍ଟରନେଟ ମିଡିଆ...

 ସରକାରଙ୍କ ଚିନ୍ତା ବଢ଼ାଉଛି ବିଷାକ୍ତ ମଦ ମୃତ୍ୟୁ

ପାଟନା,୧୭ା୧୦: ୨୦୧୬ରୁ ମଦକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଥିବା ବିହାରରେ ମଦମୃତ୍ୟୁ। ରାଜ୍ୟର ସିଓ୍ବାନ ଏବଂ ସରନ୍‌ ଜିଲାରେ ବିଷାକ୍ତ ମଦ ପିଇ ଅନୂ୍ୟନ ୨୫ ଜଣ...

ଦିଲ୍ଲୀରୁ କେଜରିଓ୍ବାଲଙ୍କ ବିଦାୟ ହେବା ନିଶ୍ଚିତ: ବିରେନ୍ଦ୍ର ସଚଦେବା

ନୂଆଦିଲ୍ଲୀ,୧୭।୧୦: ଦିଲ୍ଲୀ ଭାଜପା ରାଜ୍ୟ ସଭାପତି ବିରେନ୍ଦ୍ର ସଚଦେବ ଗୁରୁବାର ଆଇଏନଏସ ସହ କଥାବାର୍ତ୍ତା ବେଳେ କେଜରିୱାଲଙ୍କ ଚିଠି ଏବଂ କଂଗ୍ରେସର ‘ନ୍ୟାୟ-ରଥ’କୁ ନେଇ ପ୍ରତିକ୍ରିୟା...

ତମନ୍ନା ଭାଟିଆଙ୍କୁ ଜେରା କଲା ଇଡି, କାହିଁକି ଜାଣନ୍ତୁ…

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି)ପଚରାଉଚରା କରୁଛି। ମହାଦେବ ବେଟିଂ ଆପ୍‌ ସହାୟକ ଆପ ଫେୟାର ପ୍ଲେରେ ଆଇପିଏଲ ମ୍ୟାଚକୁ ପ୍ରମୋଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri