Categories: ଖେଳ

ମଙ୍ଗଳବାର ବାହାହେବେ ଦୀପିକା-ଅତନୁ

କୋଲକାତା, ୨୮ା୬ (ପି.ଟି.)- ଭାରତର ଦୁଇ ଶୀର୍ଷ ତୀରନ୍ଦାଜ ଦୀପିକା କୁମାରୀ ଓ ଅତନୁ ଦାସଙ୍କ ମଧ୍ୟରେ ବାହାଘର ମଙ୍ଗଳବାର ରାଞ୍ଚତ୍ର ମୋରାବାଦୀଠାରେ ହେବ। କୋଭିଡ୍‌-୧୯ ଯୋଗୁ ଏହି ବିବାହ ଉତ୍ସବରେ ସାମାଜିକ ଦୂରତା, ମାସ୍କ ଓ ସାନିଟାଇଜରକୁ ଗୁରୁତ୍ୱ ଦିଆଯିବ। ଉଭୟଙ୍କ ନିମନ୍ତ୍ରଣ ପତ୍ରରେ ବିଶେଷ ସୂଚନା ଦିଆଯାଇଛି। ଏଥିରେ ସରକାରଙ୍କ କୋଭିଡ୍‌-୧୯ ଗାଇଡ୍‌ଲାଇନ୍‌ ମାନି ଚଳିବାକୁ ଅତିଥିମାନଙ୍କୁ ଅନୁରୋଧ କରାଯାଇଛି। ଦୀପିକା କହିଛନ୍ତି, ଅତିଥିମାନଙ୍କ ଲାଗି ସେମାନେ ଏକ ବଡ଼ ବାଙ୍କ୍ବେଟ୍‌ ହଲ୍‌ର ବ୍ୟବସ୍ଥା କରିଛନ୍ତି। ସାମାଜିକ ଦୂରତା ବଜାୟ ରଖ୍‌ତ୍ବା କ୍ଷେତ୍ରରେ ଏହା ସହାୟକ ହେବ। ଅତିଥି ପହଞ୍ଚତ୍ବାକ୍ଷଣି ସେମାନଙ୍କୁ ମାସ୍କ ଓ ସାନିଟାଇଜର ଯୋଗାଇ ଦିଆଯିବ। ମାତ୍ର ୬୦ଟି ନିମନ୍ତ୍ରଣପତ୍ର ଛପାଯାଇଛି। ସାନ୍ଧ୍ୟ ବିବାହ ଭୋଜି ଦୁଇଟି ପର୍ଯ୍ୟାୟରେ ହେବ। ପରିବାର ସଦସ୍ୟମାନେ ଘରେ ରହିବେ ବୋଲି ସେ କହିଛନ୍ତି। ଦୀପିକା କହିଛନ୍ତି, ଆମ ଅତିଥିମାନଙ୍କୁ ଆମେ ଦୁଇଟି ବ୍ୟାଚ୍‌ରେ ବିଭକ୍ତ କରିଛୁ। ସନ୍ଧ୍ୟା ୫ଟା ୩୦ରୁ ୭ଟା ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟରେ ୫୦ ଅତିଥି ଆସିବେ। ଅନ୍ୟ ୫୦ ଅତିଥି ଦ୍ୱିତୀୟ ପର୍ଯ୍ୟାୟରେ ଆସିବେ। ଅତିଥିମାନେ ଉପସ୍ଥିତ ଥିବା ପର୍ଯ୍ୟନ୍ତ ପରିବାର ସଦସ୍ୟମାନେ ଘରେ ରହିବେ। ସୁରକ୍ଷା ଦୃଷ୍ଟିରୁ ସେଦିନ ଆମେ କୌଣସି ଜିନିଷ ସ୍ପର୍ଶ କରିବୁ ନାହିଁ। ଏହାଦ୍ୱାରା ଆମେ ଓ ଅନ୍ୟମାନେ ସୁରକ୍ଷିତ ରହିପାରିବେ। ଦୀପିକା ବିଶ୍ୱର ନମ୍ବର ଓ୍ବାନ ତୀରନ୍ଦାଜ ହେବା ପଛରେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆର୍ଚେରୀ ଆସୋସିଏଶନ ଅଫ୍‌ ଇଣ୍ଡିଆର ନବ ନିର୍ବାଚିତ ସଭାପତି ଅର୍ଜୁନ ମୁଣ୍ଡାଙ୍କର ବିଶେଷ ଭୂମିକା ରହିଛି। ଏହି ନିରାଡ଼ମ୍ବର ଉତ୍ସବରେ ସେ ଯୋଗ ଦେବେ ବୋଲି ଆଶା କରାଯାଉଛି। ଦୀପିକା କହିଛନ୍ତି, ଆମେ କେତେଜଣ ବଛାବଛା ଅତିଥି ଓ ଭିଭିଆଇପିଙ୍କୁ ନିମନ୍ତ୍ରଣ ପତ୍ର ଦେଇଛୁ। ଅନ୍ୟମାନଙ୍କୁ ଫୋନ୍‌ ଜରିଆରେ ନିମନ୍ତ୍ରଣ କରିଛୁ। କୌଣସି ସାଙ୍ଗ, ସାଥୀ ତୀରନ୍ଦାଜ କିମ୍ବା ଗଣମାଧ୍ୟମକୁ ଡାକି ନାହୁଁ। ଦୀପିକା ଓ ଅତନୁଙ୍କ ମଧ୍ୟରେ ୨୦୧୮ରେ ସମ୍ପର୍କ ସ୍ଥାପନ ହୋଇଥିଲା। ଲକ୍‌ଡାଉନ ସମୟର ସଦୁପଯୋଗ କରିବା ପରିପ୍ରେକ୍ଷୀରେ ଉଭୟେ ବିବାହ କରିନେବାକୁ ସ୍ଥିର କରିଥିଲେ। ସେପ୍ଟେମ୍ବର ବେଳକୁ ପରିସ୍ଥିତିରେ ସୁଧାର ଆସିଥିବ ବୋଲି ଅନୁମାନ। ଆର୍ଚେରି ଆସୋସିଏଶନ ସେତେବେଳେ ଟୋକିଓ ଅଲିମ୍ପିକ୍ସ ପାଇଁ ସମ୍ଭାବ୍ୟ ତୀରନ୍ଦାଜମାନଙ୍କ ଲାଗି କ୍ୟାମ୍ପ ଆୟୋଜନ କରିବା ନିମନ୍ତେ ଯୋଜନା କରୁଛି ବୋଲି ଦୀପିକା ପ୍ରକାଶ କରିଛନ୍ତି।

Share