ଅନ୍ତିମ ସଂସ୍କାରକୁ ପିନ୍ଧିକି ଯାଇଥିବା ଡ୍ରେସ୍‌ ନିଲାମ କଲେ ଦୀପିକା: ପ୍ରଶଂସକ କହିଲେ…

ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ ଏବେ ଚର୍ଚ୍ଚାରେ। କିଛି ଦିନ ହେବ ସେ ନିଜର ପୁରୁଣା ପୋଷାକ ନିଲାମ କରୁଥିବାର ଦେଖାଯାଇଛି। ଏହା ମଧ୍ୟ ଏକ ସାମାଜିକ କାର୍ଯ୍ୟ ପାଇଁ କରୁଛନ୍ତି। ଦୀପିକା ଏହି ନିଲାମରୁ ଅର୍ଜିତ ରାଶି ‘ଲାଇଭ ଲଭ ଲାଫ୍‌ ଫାଉଣ୍ଡେସନ’ କୁ ଦାନ କରିବେ। ଏହି ଉତ୍ତମ କାରଣକୁ ନେଇ ବିବାଦରେ ଛନ୍ଦି ହୋଇ ସୋସିଆଲ ମିଡିଆରେ ଟ୍ରୋଲର ଟାର୍ଗେଟରେ ଆସିଛନ୍ତି ଦୀପିକା। କିଛି ୟୁଜର୍ସ ଦୀପିକାଙ୍କୁ ଶସ୍ତା ହୋଇଯାଉଥିବା ମଧ୍ୟ କହିଛନ୍ତି। ସୋସିଆଲ ମିଡିଆରେ ଜଣେ ୟୁଜର୍ସ ଦାବି କରିଛନ୍ତି ଯେ, ଦୀପିକା ଯେଉଁ ପୋଷାକ ନିଲାମ କରିଛନ୍ତି, ସେହି ପୋଷାକ ସେ ଅଭିନେତ୍ରୀ ଜିଆ ଖାନ ଏବଂ ପ୍ରିୟଙ୍କା ଚୋପ୍ରାଙ୍କ ପିତା ଅଶୋକ ଚୋପ୍ରାଙ୍କ ଅନ୍ତିମ ସଂସ୍କାର ସମୟରେ ପିନ୍ଧିଥିଲେ। ଦୀପିକାଙ୍କ ବିଷୟରେ ଏହି ଟୁଇଟ ଶରନ୍ୟା ସେଟ୍ଟୀ ନାମକ ଜଣେ ଟୁଇଟର ୟୁଜର୍ସଙ୍କ ଦ୍ୱାରା କରାଯାଇଛି। ସେ ଲେଖିଛନ୍ତି- ମୁଁ ବହୁତ ଆଶ୍ଚର୍ଯ୍ୟ ହୋଇଛି। ମୋର ପ୍ରିୟ ଦୀପିକା ପାଦୁକୋନ ତାଙ୍କର ୨୦୧୩ ପୋଷାକ ନିଲାମ କରିଛନ୍ତି। ତାଙ୍କର ଏହି ପୋଷାକ ଡିଜାଇନର୍‌ ନୁହେଁ। ୨୦୧୩ରେ ଦୁଇଟି ଭିନ୍ନ ଅନ୍ତିମ ସଂସ୍କାର ସମୟରେ ସେ ଏହି ପୋଷାକ ପିନ୍ଧିଥିଲେ। ଅନେକ ୟୁଜର୍ସ ଏନେଇ ଦୀପିକାଙ୍କ ଉପରେ ରାଗିଯାଇଛନ୍ତି। ସେଗୁଡିକୁ ଦାନ ନ କରି ସେ ନିଆମ କାହିଁକି କରୁଛନ୍ତି ବୋଲି ୟୁଜର୍ସ ମତ ଦେଇଛନ୍ତି।
ଦୀପିକା ଖୁବଶୀଘ୍ର ଅନେକ ବଡ ଫିଲ୍ମରେ ନଜର ଆସିବେ। ହ୍ରିତିକ ରୋଶନଙ୍କ ସହ ‘ଫାଇଟର୍‌’ଠାରୁ ଆରମ୍ଭ କରି ଶାହରୁଖ ଖାନଙ୍କ ‘ପଠାନ’ ଭଳି ଫିଲ୍ମରେ ଦୀପିକାଙ୍କୁ ଏକ ଦମ୍‌ଦାର ଅବତାରରେ ଦେଖିବାକୁ ମିଳିବ।

Share