ରଣବୀରଙ୍କୁ ଚ୍ୟାଲେଞ୍ଜ୍‌ ଦେଲେ ଦୀପିକା

ଅଭିନେତ୍ରୀ ଦୀପିକା ପାଦୁକୋନ ପ୍ରଶଂସକଙ୍କ ସହ ଏକ ନୂଆ ରିଲ ଶେୟାର କରିଛନ୍ତି। ଏହି ରିଲରେ ଦୀପିକା ଏକ ‘ମୋଜା ପିନ୍ଧିବା ଚ୍ୟାଲେଞ୍ଜ’ ପୂରଣ କରୁଥିବା ଦେଖାଯାଏ। କେବଳ ଏତିକି ନୁହେଁ, ଏହି ଚ୍ୟାଲେଞ୍ଜ ପୂରଣ କରିବାକୁ ସ୍ବାମୀ ରଣବୀର ସିଂଙ୍କୁ ମଧ୍ୟ କହିଛନ୍ତି।
ଏହି ଚ୍ୟାଲେଞ୍ଜରେ ଦୀପିକାଙ୍କୁ ତିରିଶ ସେକେଣ୍ଡରେ ଗୋଟିଏ ଗୋଡରେ ସର୍ବାଧିକ ସଂଖ୍ୟକ ମୋଜା ପିନ୍ଧିବାକୁ ପଡୁଛି। ମୋଜା ପିନ୍ଧିବା ସହ ରଣବୀରଙ୍କୁ ଏହି ଚ୍ୟାଲେଞ୍ଜ ପୂରଣ ପାଇଁ କହୁଛନ୍ତି। ବିଶେଷ କଥା ହେଉଛି ରଣବୀର ମଧ୍ୟ ଦୀପିକାଙ୍କ ଏହି ଚ୍ୟାଲେଞ୍ଜକୁ ଗ୍ରହଣ କରିଛନ୍ତି। ଏଥିରେ ସେ ଦୀପିକାଙ୍କୁ ପରାସ୍ତ କରିଦେବେ ବୋଲି ମଧ୍ୟ ଦାବି କରିଛନ୍ତି।
ଦୀପିକାଙ୍କୁ ଶେଷ ଥର ପାଇଁ ଶକୁନ ବାତ୍ରାଙ୍କ ଫିଲ୍ମ ‘ଗେହରାୟାଁ’ରେ ଦେଖିବାକୁ ମିଳିଥିଲା। ଆଗକୁ ସିଦ୍ଧାର୍ଥ ଆନନ୍ଦଙ୍କ ‘ପଠାନ’ରେ ଦେଖିବାକୁ ମିଳିବ। ଏଥିରେ ସେ ଶାହରୁଖ ଖାନ ଏବଂ ଜନ ଆବ୍ରହାମଙ୍କ ସହ ସ୍କ୍ରିନ ଶେୟାର କରିବେ।

Share