ଇନ୍‌ଷ୍ଟାଗ୍ରାମ ବାୟୋ ପରିବର୍ତ୍ତନ କଲେ ଦୀପିକା, ପୋଷ୍ଟରେ ଲେଖିଲେ ଏମିତି…

ମୁମ୍ବାଇ: ନିକଟରେ ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ଡାକ୍ତରଖାନାରୁ ଡିସ୍‌ଚାର୍ଜ କରାଯାଇଛି। ସେପ୍ଟେମ୍ବର ୮ରେ ଦୀପିକା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ, ଯାହା ବିଷୟରେ ରଣବୀର ସିଂ ଇନ୍‌ଷ୍ଟାଗ୍ରାମରେ ଦେଇଥିଲେ। ଡାକ୍ତରଖାନାରୁ ଡିସ୍‌ଚାର୍ଜ ହେବା ପୂର୍ବରୁ ଦୀପିକା ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଏକ ବଡ଼ ପରିବର୍ତ୍ତନ କରିଛନ୍ତି।

ଦୀପିକା ତାଙ୍କ ଇନ୍‌ଷ୍ଟାଗ୍ରାମ ବାୟୋକୁ ପରିବର୍ତ୍ତନ କରିଛନ୍ତି ଏବଂ ତାଙ୍କ ମାତୃତ୍ୱ ସମ୍ବନ୍ଧରେ ଏକ ନୂଆ ସୂଚନା ଦେଇଛନ୍ତି। କନ୍ୟା ସନ୍ତାନ ଜନ୍ମ ପରେ ତାଙ୍କ ଜୀବନରେ ଏକ ବଡ଼ ପରିବର୍ତ୍ତନ ଆସିଛି ଏବଂ ଏହାକୁ ଧ୍ୟାନରେ ରଖି ଦୀପିକା ତାଙ୍କ ଇନ୍‌ଷ୍ଟା ବାୟୋ ଅପଡେଟ କରିଛନ୍ତି। ଏବେ ପ୍ରଶଂସକମାନେ ଜାଣିବାକୁ ଚାହାନ୍ତି ଯେ, ଦୀପିକା ତାଙ୍କ ଇନ୍‌ଷ୍ଟା ବାୟୋରେ କ’ଣ ଲେଖିଛନ୍ତି।

ଦୀପିକା ତାଙ୍କ ଇନଷ୍ଟା ବାୟୋରେ ‘ଫିଡ୍‌, ବର୍ପ, ସ୍ଲିପ୍‌, ରିପିଟ୍‌’ ଲେଖିଛନ୍ତି। ଯାହାର ଅର୍ଥ ହେଉଛି ‘ଫିଡ୍‌’ ବର୍ପ ଶୋଇବାକୁ ଯାଅ ରିପିଟ୍‌ କର। ଦୀପିକାଙ୍କ ଜୀବନ ତାଙ୍କ ଶିଶୁ କନ୍ୟା ଜନ୍ମ ପରେ ଏହିପରି ହୋଇଛି, ତେଣୁ ସେ ତାଙ୍କ ଇନଷ୍ଟା ବାୟୋ ଅପ୍‌ଡେଟ୍‌ କରିଛନ୍ତି।

ଦୀପିକା ଆଜିକାଲି ତାଙ୍କର ନବଜାତ ଶିଶୁକନ୍ୟାର ଯତ୍ନ ନେଉଛନ୍ତି ଏବଂ ତାଙ୍କ ଅବସ୍ଥା ତାଙ୍କ ଇନ୍‌ଷ୍ଟା ବାୟୋ ପରି, ଯାହା ପ୍ରତ୍ୟେକ ମା’ ପ୍ରସବ ପରେ ପାଇଥାଏ। ତାଙ୍କ ଝିଅର ପ୍ରସବ ପରେ ଅଭିନେତ୍ରୀଙ୍କୁ ଡାକ୍ତରଖାନାରୁ ଡିସ୍‌ଚାର୍ଜ କରାଯାଇଛି। ବର୍ତ୍ତମାନ ଖବର ଆସୁଛି ଯେ, ସେ ନିଜ କ୍ୟାରିୟରରୁ ବିରତି ନେବେ ଏବଂ ଝିଅ ସହିତ ସମୟ ବିତାଇବାକୁ ଯାଉଛନ୍ତି।

ସୂଚନା ଯେ, ସେପ୍ଟେମ୍ବର ଅପରାହ୍ନରେ ଦୀପିକାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେପ୍ଟେମ୍ବର ୮ରେ ସେ ଏକ ସୁସ୍ଥ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ ଏବଂ ଆଜି ଅର୍ଥାତ୍‌ ସେପ୍ଟେମ୍ବର ୧୫ରେ ତାଙ୍କୁ ଡାକ୍ତରଖାନାରୁ ଡିସ୍‌ଚାର୍ଜ କରାଯାଇଛି। ରଣବୀର ସିଂ ତାଙ୍କ ସ୍ତ୍ରୀ ଏବଂ ଝିଅକୁ ଘରକୁ ନେଇଛନ୍ତି। ଦୀପିକା-ରଣବୀର ଜୁନ୍‌ ୨୦୨୪ରେ ସୋସିଆଲ ମିଡିଆରେ ଗର୍ଭବତୀ ହେବାର ଖବର ଦେଇଥିଲେ। ସେମାନେ ୧୪ ନଭେମ୍ବର ୨୦୧୮ରେ ବିବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସକାଳୁ ସକାଳୁ ଆଫଗାନିସ୍ତାନରେ ଭୂକମ୍ପ: ଲୋକେ ଭୟଭୀତ

କାବୁଲ,୧୬।୪: ଭାରତର ପଡ଼ୋଶୀ ଦେଶ ଆଫଗାନିସ୍ତାନରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିବା ସୂଚନା ମିଳିଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS) କହିଛି ଯେ, ବୁଧବାର...

ଡ୍ରେନକୁ ଜାମ କଲା ଅଳିଆ ଆବର୍ଜନା: ନାକ ଟେକିଲେ ପର୍ଯ୍ୟଟକ

ଦାରିଙ୍ଗବାଡି,୧୬/୪ (ଅରୁଣ ସାହୁ)-ଦାରିଙ୍ଗବାଡି ଏବେ ଅଳିଆ ଆବର୍ଜନା ଆଉ ପୁତ୍ତିମୟ ଗନ୍ଧରେ ନାକ ଫାଟୁଛି। ପର୍ଯ୍ୟଟକ ଆଉ ଦାରିଙ୍ଗବାଡିକୁ ନା କହିବା ଆରମ୍ଭ କଲେଣି ।...

ଆଜି ଝଡ଼ବର୍ଷା: ଘଣ୍ଟା ପ୍ରତି ୫୦ରୁ ୬୦ କିମି ବେଗରେ ପବନ ବହିବା ସମ୍ଭାବନା

ଭୁବନେଶ୍ୱର,୧୬ା୪(ଅନୁରାଧା ମହାରଣା):ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀଜନିତ ବର୍ଷା ଜାରି ରହିଥିବାବେଳେ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲାରେ ଝଡ଼ବର୍ଷାର ପ୍ରଭାବ ରହିବ। ବୁଧବାର ମୟୂରଭଞ୍ଜ,...

୧୦ ବର୍ଷ ପରେ ମା’ କୋଳକୁ ଫେରିଲା ପୁଅ

ବାଲେଶ୍ୱର, ୧୬।୪(ବାଞ୍ଛାନିଧି ଦେ):ଦୀର୍ଘ ୧୦ବର୍ଷ ପରେ ମା’ କୋଳକୁ ଫେରିଲା ପୁଅ। ପୁଅକୁ ପାଇ ଭାବବିହ୍ବଳ ହୋଇପଡ଼ିଲେ ମା’। ବହୁ ସଂଘର୍ଷ ପରେ ସେ ତାଙ୍କ...

ମନେପଡ଼ିଲେ ଦେହ ଥରୁଛି: ୧୯୭୮ ଏପ୍ରିଲ ୧୬ ଘୂର୍ଣ୍ଣିଝଡ଼ ବିଭୀଷିକା

ଆନନ୍ଦପୁର,୧୬ା୪(ସୁଶାନ୍ତ କୁମାର ସାହୁ):ସେଦିନ ଥିଲା ଏପ୍ରିଲ ୧୬। ଅପରାହ୍ନ ସମୟରେ ହଠାତ୍‌ କଳାବାଦଲ ଆକାଶରେ ଘୋଟିଆସିଥିଲା। କେହି କିଛି ବୁଝିବା ପୂର୍ବରୁ ଚାହୁଁ ଚାହୁଁ ପ୍ରଳୟଙ୍କାରୀ...

ଓଡ଼ିଶାରେ ୫ ବର୍ଷରେ ୮,୪୦୩ ଶିଶୁ ନିଖୋଜ

ଭୁବନେଶ୍ୱର,୧୫ା୪(ସତ୍ୟଜିତ୍‌ ରାଉତ):ରାଜ୍ୟରେ ଗତ ୫ ବର୍ଷରେ ୮ ହଜାର ୪୦୩ ଜଣ ଶିଶୁ ନିଖୋଜ ଅଛନ୍ତି। ବିଧାନସଭାରେ ଗତ ଫେବୃଆରୀ ୧୭ରେ ବାଲିଗୁଡ଼ା ବିଧାୟକ ଚକ୍ରମଣି...

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଶାବଳରେ ଆକ୍ରମଣ: ବାପ-ପୁଅ ଗୁରୁତର

ହିଞ୍ଜିଳିକାଟୁ, ୧୬।୪(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ରାଳବ ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୨ ପରିବାର ମଧ୍ୟରେ ଆକ୍ରମଣ ଓ ପ୍ରତି...

ଏବର୍ଷ ଛେଚିବ ବର୍ଷା, ସ୍ବାଭାବିକଠାରୁ ହେବ ଅଧିକ ବୁଷ୍ଟିପାତ

ନୂଆଦିଲ୍ଲୀ,୧୬।୪(ପି.ଟି.):ଆଗାମୀ ମୌସୁମୀ ଋତୁରେ ଭାରତରେ ସ୍ବାଭାବିକଠାରୁ ଅଧିକ ବୃଷ୍ଟିପାତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ମଙ୍ଗଳବାର କହିଛି। ଭାରତରେ ଦକ୍ଷିଣ ପଶ୍ଚିମ ମୌସୁମୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image