ଆଜି ହେବ ଦୀପିକା,ଦିନେଶ ମାମଲାର ଶୁଣାଣି

ଭୁବନେଶ୍ୱର, ୧୪ ।୧୦(ବ୍ୟୁରୋ): ବ୍ରହ୍ମପୁରର ଚର୍ଚ୍ଚିତ ଦୀପିକା ଓ ଦିନେଶ ମାମଲାର ଶୁଣାଣି ଶୁକ୍ରବାର ମହିଳା କମିଶନଙ୍କ ନିକଟରେ ହେବ । ପୂର୍ବରୁ ଦୀପିକା ମହିଳା କମିଶନଙ୍କ ନିକଟରେ ହାଜର ହୋଇ ନିଜ ପକ୍ଷ ରଖିଥିବା ବେଳେ ଶୁକ୍ରବାର ଦିନେଶଙ୍କୁ ହାଜର ହେବା ନେଇ କମିଶନଙ୍କ ପକ୍ଷରୁ ବ୍ରହ୍ମପୁର ଏସ୍‌ପିଙ୍କୁ ନୋଟିସ ଜାରି ହୋଇଥିଲା । ଏ ନେଇ ଦିନେଶ ନିଜ ଓକିଲଙ୍କ ସହ କମିଶନଙ୍କ ନିକଟରେ ହାଜର ହେବେ।
ଅନ୍ୟପକ୍ଷେ ମାମଲା ଅଦାଲତରେ ମଧ୍ୟ ବିଚାରାଧୀନ ରହିଛି । ସ୍ତ୍ରୀର ମାନ୍ୟତା ଓ ପୁଅକୁ ପିତାର ପରିଚୟ ପ୍ରଦାନ ଦାବିରେ ଦିନେଶଙ୍କ ଘର ସମ୍ମୁଖରେ ଦୀପିକାଙ୍କ ଧାରଣା ୭୩ ଦିନରେ ପହଞ୍ଚିଛି।

Share