ସ୍ବାମୀଙ୍କ ଏହି ଗୁଣକୁ ଆଦୌ ପସନ୍ଦ କରନ୍ତି ନାହିଁ ଦୀପିକା

ବଲିଉଡ୍‌ର ସବୁଠୁ ରୋମାଣ୍ଟିକ୍‌ ଯୋଡି ଭାବେ ରଣବୀର ସିଂ ଏବଂ ଦୀପିକା ପାଦୁକୋନ ଜଣାଶୁଣା। ଦୁହେଁ ସୋସିଆଲ ମିଡିଆରେ ମଧ୍ୟ ବେଶ ଆକ୍ଟିଭ। ନିଜ ସାଂସାରିକ ଜଞ୍ଜାଳରେ ଯେତେ ବ୍ୟସ୍ତ ରହିଲେ ମଧ୍ୟ ଉଭୟ ପରସ୍ପର ପାଇଁ ସମୟ ବାହାର କରିଦେଇଥାନ୍ତି। ରଣବୀର ସ୍ତ୍ରୀଙ୍କୁ ବହୁତ ଡରନ୍ତି ଏକଥା ନିଜେ ଦୀପିକା କିଛି ବର୍ଷ ପୂର୍ବେ ପ୍ରକାଶ କରିଥିଲେ। ଏବେ ଦୀପିକା ଏକ ଶୋ’ରେ ସ୍ବାମୀଙ୍କ ଏକ ବଦଭ୍ୟାସ ବିଷୟରେ ଖୁଲାସା କରିଛନ୍ତି। କଫି ୱିଥ କରଣ’ ଶୋ’ରେ ଦୀପିକା ରଣବୀରଙ୍କ ଶୋଇବା ପଦ୍ଧତିକୁ ଆଦୌ ପସନ୍ଦ କରନ୍ତି ନାହିଁ, ସେ ଏହାକୁ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି। ସେପଟେ ରଣବୀରଙ୍କ ଭାବପ୍ରବଣତା ପାଇଁ ତାଙ୍କୁ ପସନ୍ଦ କରନ୍ତି।
ବିବାହ ପରେ ପ୍ରଥମଥର ପାଇଁ ଦୁହେଁ ‘୮୩’ ଫିଲ୍ମରେ ଏକତ୍ର ନଜର ଆସିଥିଲେ। ଫିଲ୍ମଟି ବକ୍ସ ଅଫିସ୍‌ରେ ଫ୍ଲପ୍‌ ସାବ୍ୟସ୍ତ ହୋଇଥିଲା। କବିର ଖାନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ରଣବୀର ସିଂ ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ କପିଳ ଦେବଙ୍କ ଚରିତ୍ରରେ ଥିଲେ।

Share