ଏହି ଅଭିନେତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ଆଖ୍ୟା ଦେଲେ ଦୀପିକା

ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ ଆଜିକାଲି ଫିଲ୍ମ ‘ଗେହରାୟାଁ’ ଫମୋଶନରେ ବ୍ୟସ୍ତ ଅଛନ୍ତି। ଫିଲ୍ମରେ ଦୀପିକା, ଅନନ୍ୟା ପାଣ୍ଡେ, ସିଦ୍ଧାନ୍ତ ଚର୍ତୁର୍ବେଦୀ ଅଭିନୀତ ଏହି ଫିଲ୍ମ ଫେବୃୟାରୀ ୧୧ରେ ମୁକ୍ତିଲାଭ କରୁଛି। ଦୀପିକାଙ୍କର ଏକ ଭିନ୍ନ ଶୈଳୀ ଫିଲ୍ମରେ ଦେଖିବାକୁ ପାଇବେ। ତେବେ ଫିଲ୍ମ ପ୍ରମୋଶନ ବେଳେ ଦୀପିକା ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଗୁମର ଖୋଲିଛନ୍ତି। ଏକ ସାକ୍ଷାତକାରରେ, ଦୀପିକା ଏବଂ ଚଳଚ୍ଚିତ୍ର ନିର୍ଦ୍ଦେଶକ ଶକୁନ ବତ୍ରାଙ୍କୁ ପଚାଯାଇଥିଲା ଶୁଟିଂ ସେଟ୍‌ରେ ମୋବାଇଲ ବେଶୀ କିଏ ବ୍ୟବହାର କରିଥିଲେ। ଏହାର ଜବାବରେ ଦୀପିକା ଅନନ୍ୟାଙ୍କ ଆଡକୁ ଇସାରା କରିଥିଲେ। ମୋବାଇଲ ବ୍ୟବହାର ବିଷୟରେ ଜବାବ ଦେଇ ଅନନ୍ୟା କହିଛନ୍ତି ମୁଁ ମଧ୍ୟ ମୋ ଫୋନରେ କାମ କରେ। ଏହା ଉପରେ ଦୀପିକା ହସି ହସି କହିଥିଲେ, ସେ ପ୍ରଧାନମନ୍ତ୍ରୀ, ବିଶ୍ୱ ଚଳାନ୍ତି। ଦୀପିକାଙ୍କ ପରେ ନିର୍ଦ୍ଦେଶକ ଶକୁନ ମଧ୍ୟ ଅନନ୍ୟାଙ୍କୁ ଛାଡି ନ ଥିଲେ। ସେ ଥଟ୍ଟା କରି କହିଥିଲେ, ପୁରା ଇନଷ୍ଟାଗ୍ରାମ ତାଙ୍କ ଇସାରାରେ ଚାଲିଛି।
ନିକଟରେ ଫିଲ୍ମ ‘ଗେହରାୟାଁ’ର ପ୍ରମୋଶନ ସମୟରେ ଅନନ୍ୟା ବିକିନି ଟପ୍‌ରେ ନଜର ଆସିଥିଲେ। ପରେ ତାଙ୍କୁ ଟ୍ରୋଲ କରାଯାଇଥିଲା।

Share