ପ୍ରଭାସଙ୍କ କେଉଁ ଇଚ୍ଛା ପୂରଣ କଲେ ଦୀପିକା

ମୁମ୍ବାଇ: ବଲିଉଡ୍‌ର ଡିମ୍ପଲ ଗର୍ଲ ଦୀପିକା ପାଦୁକୋନ ନିକଟରେ ଏକ ସାକ୍ଷାତ୍‌କାରରେ ସାଉଥ ସୁପରଷ୍ଟାର ପ୍ରଭାସଙ୍କ ବହୁ ଦିନର ଇଚ୍ଛାକୁ ପୂରଣ କରିଥିବା କହିଛନ୍ତି। ଫିଲ୍ମ ‘କଳ୍‌କୀ ୨୮୨୯ଏଡି’ରେ ପ୍ରଥମ ଥର ପାଇଁ ଦୀପିକା ଓ ପ୍ରଭାସଙ୍କୁ ବଡ଼ ପରଦାରେ ଏକାଠି ଦେଖିବାକୁ ମିଳିବ। ନାଗ ଅଶ୍ୱିନୀ କରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ବିଗ୍‌ ବି ଅମିତାଭ ବଚ୍ଚନ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଏହି ଫିଲ୍ମ ୪୦୦ କୋଟି ଟଙ୍କା ବଜେଟ୍‌ରେ ପ୍ରସ୍ତୁତ ହେବ ବୋଲି ଜଣାପଡ଼ିଛି।
ତେବେ ଏହି ସାକ୍ଷାତ୍‌କାରରେ ପ୍ରଭାସ କହିଛନ୍ତି, ଦୀପିକା ହେଉଛନ୍ତି ବଡ଼ ସୁପରଷ୍ଟାର। ସେ ସର୍ବଭାରତୀୟ ସ୍ତରରେ ମଧ୍ୟ ବିଖ୍ୟାତ। ତାଙ୍କ ଭିତରେ ବହୁ ପ୍ରତିଭା ରହିଛି। ଦୀପିକାଙ୍କ ସହ ଅଭିନୟ କରିବାକୁ ସେ ଅଧିକ ପରିଶ୍ରମ କରୁଥିଲେ। ସେ ଦୀପିକାଙ୍କୁ ଖୁବ୍‌ ଭଲ ପାଆନ୍ତି। ଦୀପିକା ତାଙ୍କ ସହ ଏହି ସିନେମା କରିବାକୁ ରାଜି ହୋଇ ତାଙ୍କ ବହୁ ଦିନର ଇଚ୍ଛା ପୂରଣ କରିଥିବା ପ୍ରଭାସ କହିଥିଲେ। ତେବେ ପ୍ରଭାସ ୨୦୦୨ରୁ ତାଙ୍କ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ। ପରେ ଅନେକ ସାଉଥ୍‌ ମୁଭି କରି ପ୍ରଶଂସା ସାଉଁଟିଛନ୍ତି। ନିକଟରେ ତାଙ୍କୁ ଚଳଚ୍ଚିତ୍ର ‘ଆଦିପୁରୁଷ’ରେ ରାମଙ୍କ ଭୂମିକାରେ ଦେଖିବାକୁ ମିଳିଥିଲା।

Share