ବୋଲ୍ଡ ଲୁକ୍‌ରେ ଦୀପିକା

ମୁମ୍ବାଇ: ବଲିଉଡ୍‌ ଫିଲ୍ମ ଇଣ୍ଡଷ୍ଟ୍ରିର ଡିମ୍ପଲ ଗର୍ଲ ଦୀପିକା ପାଦୁକୋନ କେବଳ ତାଙ୍କ ଅଭିନୟ ପାଇଁ ନୁହେଁ ବରଂ ଷ୍ଟାଇଲ ପାଇଁ ମଧ୍ୟ ଜଣାଶୁଣା। ସେ ଯାହା ବି ପିନ୍ଧନ୍ତି ତାହା ଏକ ଷ୍ଟାଇଲ୍‌ ଷ୍ଟେଟ୍‌ମେଣ୍ଟ ହୋଇଯାଏ। ସୋସିଆଲ ମିଡିଆରେ ଦୀପିକା ମଧ୍ୟ ବହୁତ ଆକ୍ଟିଭ୍‌ ଅଟନ୍ତି। ସେ ତାଙ୍କର ଏକ ସୁନ୍ଦର ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି।

ଫିଲ୍ମ ‘୮୩’ର ପ୍ରମୋଶନ ପାଇଁ ଦୀପିକା ସାଉଦି ଆରବର ଜେଡ୍ଡା ନିକଟରେ ପହଞ୍ଚିଥିଲେ। ଏହି ସମୟରେ ଦୀପିକା ଏକ ଗୋଲାପୀ ରଙ୍ଗର ସ୍ଲିଭ୍‌ଲେସ୍‌ ଗାଉନ୍‌ରେ ନଜର ଆସିଛନ୍ତି। ଏହା ତାଙ୍କୁ ଖୁବ୍‌ ମାନୁଛି। ଏଥିସହିତ ସେ ଡାଇମଣ୍ଡର କାନଫୁଲ ବି ପିନ୍ଧିଥିଲେ।

ଫଟୋଟିକୁ ସେ ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛନ୍ତି। ତାଙ୍କର ଏହି ବୋଲ୍ଡ ଲୁକ୍‌କୁ ପ୍ରଶଂସକମାନେ ବେଶ୍‌ ପସନ୍ଦ କରିଛନ୍ତି।

Share