କିଲର ଲୁକ୍‌ରେ ଦୀପିକା

ମୁମ୍ବାଇ: ନିର୍ଦ୍ଦେଶକ ରୋହିତ ଶେଟ୍ଟୀ ଖୁବ୍‌ଶୀଘ୍ର ତାଙ୍କର ଫିଲ୍ମ ‘ସିଙ୍ଘମ୍‌ ଏଗେନ୍‌’ ଆଣୁଛନ୍ତି। କିଛି ସମୟ ପୂର୍ବରୁ ସେ ଏହା ଘୋଷଣା କରିବା ସହ ଶୁଟିଂସେଟ୍‌ରୁ ପୂଜା କରିବା ସମୟରେ ଅନେକ ଫଟୋ ମଧ୍ୟ ଶେୟାର କରିଛନ୍ତି। ସେବେଠାରୁ ପ୍ରଶଂସକମାନେ ଉତ୍ସାହର ସହିତ ଏହି ଫିଲ୍ମକୁ ଅପେକ୍ଷା କରିଛନ୍ତି।

ଏହା ସହିତ ରୋହିତ କିଛି ସମୟ ପୂର୍ବରୁ କହିଥିଲେ, ଦୀପିକା ପାଦୁକୋନ ମଧ୍ୟ ଫିଲ୍ମରେ ଲେଡି ସିଙ୍ଘମ ଭୂମିକାରେ ନଜର ଆସିବେ। ଏହି ଫିଲ୍ମରୁ ଅଭିନେତ୍ରୀଙ୍କ ପ୍ରଥମ ଲୁକ୍‌ ଜାରି କରିଛନ୍ତି। ଫିଲ୍ମରେ ଲେଡି ସିଙ୍ଘମ ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ଦୀପିକା ତାଙ୍କ ଲୁକ୍‌ ସହିତ ଜୋର୍‌ଦାର ଚର୍ଚ୍ଚାରେ ଅଛନ୍ତି।

ରୋହିତ ଏବଂ ଦୀପିକା ଆଜି ଅର୍ଥାତ୍‌ ଅକ୍ଟୋବର ୧୫ରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନ୍‌ଷ୍ଟାଗ୍ରାମରେ କିଛି ଫଟୋ ଶେୟାର କରିଛନ୍ତି। ଏହି ଫଟୋଗୁଡ଼ିକରେ ଦୀପିକାଙ୍କୁ ପୋଲିସ ୟୁନିଫର୍ମରେ ଦେଖିବାକୁ ମିଳିଛି। ତାଙ୍କର ଏହି ଲୁକ୍‌ ‘ସିଙ୍ଘମ ଏଗେନ’ର ଅଟେ। ଫଟୋରେ ଦେଖିବାକୁ ମିଳିଛି ଅଭିନେତ୍ରୀ ରକ୍ତ ଜୁଡୁବୁଡୁ ଅବସ୍ଥାରେ ହସୁଥିବା ଦେଖାଯାଏ। ଏହା ସହିତ ସେ ଜଣେ ବ୍ୟକ୍ତିଙ୍କ ପାଟିରେ ଏକ ରିଭଲଭର ରଖିଛନ୍ତି ଏବଂ ଅନ୍ୟ ହାତରେ ତାଙ୍କ କେଶକୁ ଧରିଛନ୍ତି।

Share