ଆଶା ରଖିଛନ୍ତି ଦୀପିକା

ଦୀପିକା ପାଦୁକୋନ୍‌ଙ୍କ ଇଛା ପୁଣିଥରେ ସେ କେମିତି ବଲିଉଡ୍‌ର ବାଦ୍‌ଶାହ ଶାହରୁଖଙ୍କ ସହ ଅଭିନୟ କରିବେ। ଏହାପୂର୍ବରୁ ସେ ତାଙ୍କ ସହ କେତୋଟି ସିନେମାରେ ପରଦା ଉପରକୁ ଆସିସାରିଛନ୍ତି। ଏବେ ପୁଣି ଆଉ ଥରେ ତାଙ୍କ ସହ ସ୍କ୍ରିନ୍‌ ସେୟାର କରିବାକୁ ଆଗ୍ରହୀ। ଏହାର କାରଣ କ’ଣ ଜାଣନ୍ତି ? ନିକଟରେ ଦୁହେଁ ଅଭିନୟ କରିଥିବା ‘ପଠାନ୍‌’ ବକ୍ସ ଅଫିସରେ ଆଶାତୀତ ବିଜେନସ କରିଛି। ଏଥିଲାଗି ଦୀପିକା ଶାହରୁଖଙ୍କୁ ପ୍ରଶଂସାରେ ପୋତି ପକାଇବା ସହ ତାଙ୍କ ସହ ଆଉ ଏକ ଫିଲ୍ମ କରିବାକୁ ମନ ବଳେଇଛନ୍ତି। ଏ ନେଇ ଦୀପିକା କହନ୍ତି, ‘ମୁଁ ଯେତେବେଳେ ବଲିଉଡ୍‌ରେ ଏଣ୍ଟ୍ରି କଲି ମୋ ଡେବ୍ୟୁ ଫିଲ୍ମ ଥିଲା ଫରହା ଖାନ୍‌ଙ୍କ ‘ଓମ୍‌ ଶାନ୍ତି ଓମ୍‌’,ଯେଉଁଥିରେ ଶାହରୁଖ ନାୟକ ସାଜିଥିଲେ। ଏହି ଫିଲ୍ମ ପାଇଁ ମୋତେ ଶ୍ରେଷ୍ଠ ନବାଗତା ନାୟିକା ଭାବରେ ଫିଲ୍ମଫେୟାର ପୁରସ୍କାର ମିଳିଥିଲା। ତା’ପରେ ମୁଁ ଶାହରୁଖଙ୍କ ସହ ‘ହାପି ନ୍ୟୁ ଇୟର’ ଏବଂ ଚେନ୍ନାଇ ଏକ୍ସପ୍ରେସ୍‌’ରେ ମଧ୍ୟ ଅଭିନୟ କରିଛି। ଏକଥା ମୁଁ ସ୍ବୀକାର କରିବି ଯେ ଶାହରୁଖ ଏଭଳି ଜଣେ ଅଭିନେତା ଯାହାଙ୍କ ସହ ଆକ୍ଟିଂ କରିବାର ମଜା ଅଲଗା। ସେ ଅଭିନୟ କରିଥିବା ତଥା ନିର୍ମାଣାଧୀନ ‘ଜଓ୍ବାନ’ରେ ମୁଁ ବି କାମିଓ ଭୂମିକାରେ ଆକ୍ଟିଂ କରିଛି। ଏବେ ଯଦି ମୋତେ ତାଙ୍କ ସହ ପୁଣି ସୁଯୋଗ ମିଳେ ସେଭଳି ଅଫରକୁ କଦାପି ହାତଛଡା କରିବି ନାହିଁ।’

Share