ବ୍ୟାଗ୍‌ରେ ଏସବୁ ଜିନିଷ ରଖନ୍ତି ଦୀପିକା

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଏବେ ଫ୍ରାନ୍ସରେ ଚାଲିଥିବା କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌ରେ ନିଜ ଜଲଓ୍ବା ପ୍ରଦର୍ଶନ କରି ପ୍ରଶଂସା ସାଉଁଟିଛନ୍ତି। ଚଳିତ ଥର ଦୀପିକା ପ୍ରଥମ ଥର ‘କାନ୍ସ’ରେ ଜୁରୀ ଟେବୁଲରେ ନଜର ଆସିଥିଲେ। ଦୀପିକା ନିକଟରେ ‘ଭୋଗ ଇଣ୍ଡିଆ’ ପତ୍ରିକା ପାଇଁ ଏକ ସାକ୍ଷାତକାର ଦେଇଛନ୍ତି। ଏଥିରେ ସେ ନିଜ ବିଷୟରେ କଥା ଖୁଲାସା କରିଛନ୍ତି। ଦୀପିକା ହ୍ୟାଙ୍ଗଓଭରରୁ ମୁକ୍ତି ପାଇବା ପାଇଁ ସେ ନିଜ ବ୍ୟାଗରେ ଏକ ସ୍ବତନ୍ତ୍ର ଔଷଧ ରଖନ୍ତି, ଯାହାର ନାମ ‘ଅଲକା ସେଲଜର’। ଏହି ଔଷଧ ମୁଣ୍ଡବିନ୍ଧା, ଶରୀର ଯନ୍ତ୍ରଣା, ଥକାପଣ ଇତ୍ୟାଦି ଲକ୍ଷଣକୁ ଦୂର କରିବାରେ ଏବଂ ଆରାମ କରିବାରେ ସାହାଯ୍ୟ କରିଥାଏ। ଏହାଛଡା ସେ ନିଜ ବ୍ୟାଗରେ ମାଉଥ୍‌ ଫ୍ରେସ୍‌ନର, ପେନ୍‌ସିଲ-ଡାଏରୀ, ସୁରକ୍ଷା ପିନ ଏବଂ ବ୍ୟାଣ୍ଡେଜ ମଧ୍ୟ ରଖନ୍ତି। ଏହି ସବୁ ତାଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଜିନିଷ।
ଦୀପିକା ଆଗାମୀ ଦିନରେ ହ୍ରିତିକ ରୋଶନଙ୍କ ସହ ଫିଲ୍ମ ‘ଫାଇଟର’ରେ ନଜର ଆସିବେ। ତାଙ୍କୁ ଏହି ଫିଲ୍ମରେ ପ୍ରଥମ ଥର ପାଇଁ ଆକ୍ସନ କରୁଥିବା ଦେଖିବାକୁ ମିଳିବ। ଏହା ପରେ ସେ ଶାହାରୁଖ ଖାନଙ୍କ ଫିଲ୍ମ ‘ପଠାନ’ରେ ମୁଖ୍ୟ ଭୂମିକାରେ ନଜର ଆସିବେ। ଦୀପିକାଙ୍କୁ ରଣବୀର ସିଂଙ୍କ ଫିଲ୍ମ ‘୮୩’ରେ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା।

Share