Posted inଖେଳ

ସେମିରେ ଦୀପିକା କୁମାରୀ

ସାଂଘାଇ, ୨୭ା୪: ମାତୃତ୍ୱ ଲାଭ ପରେ ମଧ୍ୟ ଭାରତର ପୂର୍ବତନ ବିଶ୍ୱର ନମ୍ବର-୧ ତୀରନ୍ଦାଜ ଦୀପିକା କୁମାରୀ ତାଙ୍କ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି। ଏଠାରେ ଚାଲିଥିବା ଆର୍ଚେରୀ ଓ୍ବାଲର୍‌ଡ କପ୍‌ ଷ୍ଟେଜ୍‌-୧ରେ ସେ ତାଙ୍କ କୋରିଆ ପ୍ରତିଦ୍ୱନ୍ଦ୍ୱୀ ଜିଅନ୍‌ ହୁନ୍‌ୟଙ୍ଗଙ୍କୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଅନ୍ୟପକ୍ଷରେ ଭାରତ କମ୍ପାଉଣ୍ଡ ଆର୍ଚରମାନେ ସ୍ଥିର ପ୍ରଦର୍ଶନ ଜାରି ରଖି ଭାରତ ପାଇଁ ୪ ପଦକ ପକ୍କା କରିଛନ୍ତି। ୩ ଥର ଅଲିମ୍ପିଆନ ଦୀପିକା ବର୍ତ୍ତମାନ ବିଶ୍ୱର ୧୪୨ତମ ନମ୍ବର ଖେଳାଳି ର଼୍ୟାଙ୍କିଙ୍ଗ ରାଉଣ୍ଡରେ ୩୦ତମ ସିଡ୍‌ ଭାବେ ଯୋଗ୍ୟତା ଅର୍ଜନ କରିଛନ୍ତି।

ମହିଳା ରିକର୍ଭ ବ୍ୟକ୍ତିଗତ କ୍ୱାର୍ଟରଫାଇନାଲରେ ସେ ଜିଅନଙ୍କୁ ୬-୪ (୨୭-୨୮, ୨୭-୨୭, ୨୯-୨୮, ୨୯-୨୭, ୨୮-୨୮)ରେ ହରାଇ ଦେଇଛନ୍ତି। ୨୦୨୨ରେ ମାତୃତ୍ୱ ଲାଭ କରିଥିବା ଦୀପିକା ଖେଳକୁ ପ୍ରତ୍ୟାବର୍ତ୍ତନ କରି ଚଳିତବର୍ଷ ଫେବୃଆରୀରେ ବାଗ୍‌ଦାଦ୍‌ରେ ଏସିଆ କପ୍‌ ସ୍ବର୍ଣ୍ଣ ଜିତିଥିଲେ। ଆଗକୁ ଯଦି ସେ ଅନ୍ୟ ଦୁଇ କୋରିଆନ ପ୍ରତିଦ୍ୱନ୍ଦ୍ୱୀଙ୍କୁ ହରାଇବାରେ ସଫଳ ହୁଅନ୍ତି ତେବେ ୨୦୨୧ ଜୁନ୍‌ ପ୍ୟାରିସ ଷ୍ଟେଜ୍‌-୩ ପରେ ଏହା ତାଙ୍କର ପ୍ରଥମ ବିଶ୍ୱକପ୍‌ ବ୍ୟକ୍ତିଗତ ସ୍ବର୍ଣ୍ଣ ପଦକ ହେବ।

ଦୀପିକା ସେମିଫାଇନାଲରେ ୭ମ ସିଡ୍‌ ତଥା କୋରିଆର ସ୍ବଳ୍ପ ବୟସ୍କା ନାମ୍‌ ସୁହ୍ୟନଙ୍କୁ ଭେଟିବେ। ଅନ୍ୟପକ୍ଷରେ ଜ୍ୟୋତି ସୁରେଖା ଭେନମ ଓ ଅଭିଷେକ ବର୍ମା କମ୍ପାଉଣ୍ଡ ମିକ୍ସଡ ଟିମ୍‌ ଫାଇନାଲରେ ପ୍ରବେଶ କରିଛନ୍ତି। ବିଶ୍ୱର ଦୁଇ ନମ୍ବର ଯୋଡ଼ି ୧୫୫-୧୫୧ରେ ମେକ୍ସିକୋର ଆନ୍ଦ୍ରିଆ ବସେରୋ ଓ ଲଟ୍‌ ମାକ୍ସିମୋ ମେଣ୍ଡେଜ ଓରିଜ୍‌ଙ୍କୁ ହରାଇ ଦେଇଛନ୍ତି। ସେମାନେ ଶନିବାର ସ୍ବର୍ଣ୍ଣ ପଦକ ମୁକାବିଲାରେ ସେମାନଙ୍କଠାରୁ ନିମ୍ନ ର଼୍ୟାଙ୍କିଙ୍ଗପ୍ରାପ୍ତ ଇସ୍ତୋନିଆନ ଯୋଡ଼ିକୁ ଭେଟିବେ।

ଜ୍ୟୋତି ଆହୁରି ମଧ୍ୟ ମହିଳା କମ୍ପାଉଣ୍ଡ ଟିମ୍‌ର ସଦସ୍ୟ ରହିଛନ୍ତି। ଏହି ଟିମ୍‌ ବୁଧବାର ଫାଇନାଲକୁ ଉନ୍ନୀତ ହୋଇଥିଲା। ଜ୍ୟୋତି ଗୁରୁବାର ବ୍ୟକ୍ତିଗତ ବିଭାଗରେ ସେମିଫାଇନାଲକୁ ଉନ୍ନୀତ ହୋଇଛନ୍ତି। ବିଶ୍ୱର ୩ ନମ୍ବର ତଥା ଏସିଆନ ଗେମ୍ସ ସ୍ବର୍ଣ୍ଣ ବିଜେତା ହ୍ୟାଟ୍ରିକ ପୋଡିୟମ ଫିନିଶ ଲକ୍ଷ୍ୟରେ ଅଛନ୍ତି। ଓଭରଅଲ ଭାରତୀୟ ତୀରନ୍ଦାଜମାନେ ଚାରୋଟି ଟିମ୍‌ ଇଭେଣ୍ଟ ଫାଇନାଲକୁ ଉନ୍ନୀତ ହୋଇଛନ୍ତି। ଏହାଛଡ଼ା ଦୁଇଟି କମ୍ପାଉଣ୍ଡ ବ୍ୟକ୍ତିଗତ ଇଭେଣ୍ଟରେ ଜ୍ୟୋତି ଓ ପ୍ରିୟାଂଶ ସେମିଫାଇନାଲରେ ପ୍ରବେଶ କରି ପଦକ ଦୌଡ଼ରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପିଅନ ନିଯୁକ୍ତି ପାଇଁ ଆବେଦନ କରିଛନ୍ତି ପିଏଚ୍‌.ଡି., ଏମ୍‌ବିଏ, ଲ’ ଗ୍ରାଜୁଏଟ

ଜୟପୁର, ୨୧।୪:ରାଜସ୍ଥାନ ସରକାରଙ୍କ ଅଧୀନ ରାଜସ୍ଥାନ ସବ୍‌ଅର୍ଡିନେଟ ଆଣ୍ଡ୍‌ ମିନିଷ୍ଟ୍ରିଆଲ ଷ୍ଟାଫ୍‌ ସିଲେକ୍ସନ ବୋର୍ଡ (ଆର୍‌ଏସ୍‌ଏମ୍‌ଏସ୍‌ଏସ୍‌ବି) ଦ୍ୱାରା ଜାରି ହୋଇଥିବା ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ନିଯୁକ୍ତି...

ଆନ୍ଧ୍ର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପହଞ୍ଚି ଗୁହାରି ଜଣାଇଲେ କୋଟିଆ ପଞ୍ଚାୟତର ତିନି ଗ୍ରାମବାସୀ: ଆମକୁ ପରିଚୟ ଦିଅନ୍ତୁ

ପଟ୍ଟାଙ୍ଗୀ,୨୧।୦୪(ଶରତ କୁମାର ଧଳ): କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତକୁ ନେଇ ପୁଣି ଦେଖା ଦେଇଛି ସଙ୍ଗିନୀ ପରିସ୍ଥିତି। ସୂଚନା ମୁତାବକ ଉକ୍ତ...

ଟଙ୍କା ଭର୍ତ୍ତି ବ୍ୟାଗ ଝାମ୍ପିନେବାକୁ ଉଦ୍ୟମ ଧରାପଡ଼ିବା ଭୟରେ ବୋମା ପକାଇଲେ: ୫ ଗିରଫ

ଭବାନୀପାଟଣା,୨୧ା୪(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ସୋମବାର ଦିନ ଦ୍ବିପ୍ରହରରେ ଲୁଟ୍‌ ଉଦ୍ୟମ ହୋଇଛି। ପୂର୍ବାହ୍ନ ୧୦ଟା ୧୦ରେ ବାହାଦୁର ବଗିଚାପଡାର ଶରତ...

ମୋଦିଙ୍କୁ ଭେଟିଲେ ଆମେରିକାର ଉପରାଷ୍ଟ୍ରପତି: ବସିବ ବଡ଼ ବୈଠକ

ନୂଆଦିଲ୍ଲୀ,୨୧।୪: ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ତାଙ୍କ ପରିବାର ସହିତ ଭାରତ ଗସ୍ତରେ ଅଛନ୍ତି। ସୋମବାର ସନ୍ଧ୍ୟାରେ ଜେଡି ଭାନ୍ସ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ...

ବାଇକ୍‌ ଦୁର୍ଘଟଣା, ଛାତ୍ରଙ୍କ ମୃତ୍ୟୁ

କୋକସରା,୨୧ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ବଙ୍ଗୋମୁଣ୍ଡା ଗ୍ରାମରୁ କୋକସରାକୁ ବାଇକ୍‌ରେ ଆସୁଥିବା ବେଳେ କେନାଲ ଛକ ନିକଟରେ ଦୁର୍ଘଟଣା...

ଦିଗପହଣ୍ଡିରେ ମିଳୁନି ପିଇବା ପାଣି : ତେଜୁଛି ଜନଅସନ୍ତୋଷ: ନିର୍ବାହୀ ଅଧିକାରୀଙ୍କୁ ସ୍ମାରକପତ୍ର

ଦିଗପହଣ୍ଡି,୨୧।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ଏଭଳି ସମୟରେ...

ରାସ୍ତାକଡ ଖାଲରୁ ବୃଦ୍ଧଙ୍କ ମୃତଦେହ ମିଳିବା ଘଟଣା: ଧକ୍କା ଦେଇଥିବା ଟ୍ରକ ଜବତ ଚାଳକ ….

ଦିଗପହଣ୍ଡି,୨୧।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଧରମପୁର ଗ୍ରାମ ଗୋଲା ସାହିର ବି. ଜୁରିଆ(୬୦)ଙ୍କ ମୃତଦେହ ଶୁକ୍ରବାର ରାସ୍ତାକଡ ଖାଲରୁ ମିଳିଥିଲା। ଦୁର୍ଘଟଣାରେ...

ସିଡିଓଙ୍କ ସମୀକ୍ଷା: ଯୋଗ୍ୟ ହିତାଧିକାରୀ ପିଏମଏୱାଇରୁ ବାଦ ପଡିିଲେ କାର୍ଯ୍ୟନୁଷ୍ଠାନ

ଭଞ୍ଜନଗର,୨୧।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ମୁଖ୍ୟ ଉନ୍ନୟନ ଅଧିକାରିଣୀ ( ସିଡିଓ) ମଧୁସ୍ମିତା ସୋମବାର ଭଞ୍ଜନଗର ବ୍ଲକର ବିଭିନ୍ନ ଗ୍ରାମକୁ ଯାଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image