Categories: ଖେଳ

ଜର୍ମାନ କ୍ରୀଡ଼ାବିତ୍‌ଙ୍କୁ ହରାଇ କ଼୍ବାର୍ଟରରେ ଦୀପିକା, ବଢ଼ିଲା ପଦକ ଆଶା

ନୂଆଦିଲ୍ଲୀ,୦୩।୦୮: ଚଳିତ ଅଲମ୍ପିକ୍ସରେ ଭାରତର ପଦକ ଆଶା ଧିରେ ଧିରେ ବୃଦ୍ଧି ପାଉଛି । ଭାରତର ଷ୍ଟାର୍‌ ତୀରନ୍ଦାଜ ଦୀପିକା କୁମାରୀଙ୍କ ନିକଟରୁ ଏକ ପଦକ ଆଶା କରୁଛି ଭାରତ । ପ୍ରି-କ଼୍ବାର୍ଟର ଫାଇନାଲରେ ଦୀପିକାଙ୍କ ମୁକାବିଲା ଜର୍ମାନୀର ତୀରନ୍ଦାଜଙ୍କ ସହିତ ହୋଇଛି । ଏହି ମୁକାବିଲାକୁ ୪-୬ ପଏଣ୍ଟରେ ଜିତି ସେ କ଼୍ବାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି । ଅନ୍ୟପଟେ ଭଜନ କୌର ପଛୁଆ ରହିବା ପରେ ୫-୫ରେ ମୁକାବିଲା ଶେଷ କରିଥିଲେ । କିନ୍ତୁ ସୁଟ୍‌ ଅଫ୍‌ରେ ସେ ଇଣ୍ଡୋନେସିଆ ଖେଳାଳିଙ୍କ ଠାରୁ ହାରି ଯାଇଛନ୍ତି ।

ଗୋଲ୍ଡେନ ଗର୍ଲ ତଥା ପୂର୍ବତନ ବିଶ୍ୱ ଚାମ୍ପିଅନ ଦୀପିକା ବିପକ୍ଷରେ ଜଣେ ଜର୍ମାନ ଖେଳାଳି ରହିଥିଲେ । ପ୍ରଥମ ରାଉଣ୍ଡରେ ଦୀପିକା ୨ ପଏଣ୍ଟ ହାସଲ କରିଥିଲେ ଏବଂ ଦ୍ୱିତୀୟ ସେଟରେ ଉଭୟଙ୍କ ପଏଣ୍ଟ ସମାନ ରହିବାରୁ ତାଙ୍କୁ ୧ ପଏଣ୍ଟ ମିଳିଥିଲା । ତୃତୀୟ ସେଟ ଜିତି ଦୀପିକା ପୁଣି ୨ ପଏଣ୍ଟ ହାସଲ କରିବା ସହିତ ୫-୧ରେ ଆଗୁଆ ରହିଥିଲେ। ଚତୁର୍ଥ ସେଟ ଜିତିବା ପରେ ଜର୍ମାନ ଖେଳାଳି ୩-୨ ପଏଣ୍ଟ କରିଥିଲେ। ଶେଷ ସେଟ ଜିତିବା ସହିତ ଦୀପିକା କ଼୍ବାର୍ଟର ଫାଇନାଲ୍‌କୁ ଉନ୍ନିତ ହୋଇଥିଲେ ।

 

Share