Categories: ଖେଳ

ଇତିହାସ ରଚିଲେ ଦୀପିକା କୁମାରୀ

ପ୍ୟାରିସ୍‌,୨୮।୬: ପ୍ୟାରିସରେ ଚାଲିଥିବା ତୀରନ୍ଦାଜୀ ବିଶ୍ୱକପରେ ଭାରତର ତାରକା ମହିଳା ତୀରନ୍ଦାଜ ଦୀପିକା କୁମାରୀ ଇତିହାସ ସୃଷ୍ଟି କରିଛନ୍ତି। ସେ ବିଶ୍ୱକପ ପର୍ଯ୍ୟାୟରେ ପୁନର୍ବାର ବ୍ୟକ୍ତିଗତ ଇଭେଣ୍ଟକୁ ୬-୦ରେ ଜିତି ସ୍ବର୍ଣ୍ଣ ପଦକ ହାସଲ କରିଥିଲେ । ଏହି ବିଜୟ ସହିତ ଦୀପିକା ବିଶ୍ୱର ନମ୍ବର ୧ ମହିଳା ତୀରନ୍ଦାଜ୍‌ ହୋଇଛନ୍ତି। ସୋମବାର ବିଶ୍ୱ ତୀରନ୍ଦାଜ ଏହାର ସର୍ବଶେଷ ମାନ୍ୟତା ପ୍ରକାଶ କରିଛି। ଏଥିରେ ଦୀପିକା ପ୍ରଥମ ସ୍ଥାନ ପାଇଛନ୍ତି। ଦୀପିକା କୁମାରୀ ତୀରନ୍ଦାଜୀରେ ଦ୍ୱିତୀୟ ଥର ଏହି ସଫଳତା ହାସଲ କରିଛନ୍ତି। ରାଞ୍ଚିରୁ ଆସିଥିବା ୨୭ ବର୍ଷୀୟା ଦୀପିକା କୁମାରି ପ୍ରଥମ ଥର ପାଇଁ ୨୦୧୨ରେ ତୀରନ୍ଦାଜରେ ଶୀର୍ଷରେ ରହିଥିଲେ। ରବିବାର ଦିନ ଦୀପିକା ବ୍ୟକ୍ତିଗତ ତଥା ମିଶ୍ରିତ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତିଥିଲେ।

Share