ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଏବଂ ଅଭିନେତା ରଣବୀର ସିଂ ଇଣ୍ଡଷ୍ଟ୍ରିର ପାଓ୍ବାରଫୁଲ କପଲ୍ଙ୍କ ମଧ୍ୟରୁ ଅନ୍ୟତମ। କିନ୍ତୁ, କିଛି ଦିନ ହେବ ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିବା ଚର୍ଚ୍ଚା ହେଉଛି। ତେବେ ଉଭୟ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଏହି ଗୁଜବ ଉପରେ ପୂର୍ଣ୍ଣଚ୍ଛେଦ ପକାିଛନ୍ତି। ଏବେ ପ୍ରଥମ ଥର ପାଇଁ ଦୀପିକା ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି।
ଦୀପିକା ପାଦୁକୋନ ନିକଟରେ ଏକ ସାକ୍ଷାତକାରରେ କହିଛନ୍ତି, ରଣବୀର କାମରେ ବାହାରକୁ ଯାଇଥିଲେ ଫେରିବା ପରେ ସେ ବହୁତ ଖୁସି ଅନୁଭବ କରନ୍ତି। କାମ ହେତୁ ସେ ଏବଂ ରଣବୀର ଦୀର୍ଘ ଦିନ ହେବ ଘରୁ ଦୂରରେ ଅଛନ୍ତି। ସେ ଫେରିବା ପରେ ମୋ ମୁହଁ ଦେଖି ବହୁତ ଖୁସି ହୋଇଯାଇଥିଲେ। ଏହି ଉତ୍ତର ରଣବୀର ଏବଂ ଦୀପିକାଙ୍କ ଅଲଗା ହେବା ବିଷୟରେ ଗୁଜବ ପ୍ରଚାର କରୁଥିବା ଲୋକଙ୍କ ପାଇଁ ଯଥେଷ୍ଟ । ଏହା ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ଉଭୟଙ୍କ ମଧ୍ୟରେ ପ୍ରେମ ଆଦୌ ହ୍ରାସ ପାଇନାହିଁ।
ନିକଟରେ ଟୁଇଟ୍ରେ ଚର୍ଚ୍ଚା ହୋଇଥିଲା ଯେ ରଣବୀର ସିଂ ଏବଂ ଦୀପିକା ପାଦୁକୋନଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଛି। ଏହି ଗୁଜବ ଏକ ଭାଇରାଲ ଟୁଇଟରୁ ଆରମ୍ଭ ହୋଇଥିଲା। ପୂର୍ବରୁ ରଣବୀର ଏନେଇ ନିଜ ପ୍ରତିକ୍ରିୟା ଦେଇସାରିଛନ୍ତି। ସେ ଏଭଳି ରିପୋର୍ଟକୁ କେବଳ ଗୁଜବ କହିଛନ୍ତି।