ବ୍ୟାଡମିଣ୍ଟନ୍ ଖେଳିଲେ ଦୀପିକା

ମୁମ୍ବାଇ: ବଲିଉଡ କୁଇନ୍ ଦୀପିକା ପାଦୁକୋନ୍ ଏବେ ଖୁବ୍ ଚର୍ଚ୍ଚାରେ । ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ଏହି ନାୟିକା ନିକଟରେ କିଛି ଫଟୋ ଶେୟାର କରିଥିଲେ । ସେଥିରେ ସେ ବ୍ୟାଡମିଣ୍ଟନ ଖେଳୁଥିବା ଦେଖିବାକୁ ମିଳିଥିଲା । ହେଲେ ସେ କାହା ସହ ବାଡମିଣ୍ଟନ ଖେଳୁଥିଲେ ସେ କଥା ସ୍ପଷ୍ଟ୍ଟ କରି ନ ଥିଲେ । ଏବେ କିନ୍ତୁ ସେ କିଛି ଫଟୋ ଓ ଭିଡିଓ ଶେୟାର କରିଛନ୍ତି ଯେଉଁଥିରେ ସେ ଅଲିମ୍ପିକ୍ସ ମେଡାଲ ୱିନର ପିଭି ସିନ୍ଧୁଙ୍କ ସହ ବ୍ୟାଡମିଣ୍ଟନ ଖେଳୁଥିବା ଦେଖାଯାଇଛି । ଏଥିରେ ଖୁବ୍ ଝାଳ ବୁହାଇ କ୍ୟାଲୋରୀ ବର୍ନ କରିଛନ୍ତି ନାୟିକା । ଦୀପିକା ପ୍ରଥମେ ଜଣେ ବ୍ୟାଡମିଣ୍ଟନ ପ୍ଲେୟାର ହୋଇଥିବା ବେଳେ ତାଙ୍କ ପିତା ପ୍ରକାଶ ପାଦୁକୋନ ବି ବ୍ୟାଡମିଣ୍ଟନ ଚାମ୍ପିୟାନ୍ । ତେଣୁ ଏଥିରେ ରୁଚି ରଖନ୍ତି ଦୀପିକା । ଏମିତିକି ଏକ ସାକ୍ଷାତ୍‌କାରରେ ସେ ବ୍ୟାଡମିଣ୍ଟରେ ତଙ୍କ ପତି ରଣବୀର ସିଂଙ୍କୁ ହରାଇଥିବା କହିଥିଲେ । ଏବେ ପିଭି ସିନ୍ଧୁଙ୍କ ସହ ତାଙ୍କର ଭଲ ବନ୍ଧୁତା ଦେଖିବାକୁ ମିଳିଛି ।

Share