ଏହି କାରଣରୁ ବିଜୟ ମାଲ୍ୟାଙ୍କ ପୁଅଙ୍କ ସହ ପ୍ରେମ ସମ୍ପର୍କକୁ ଭୁଲି ଯାଇଥିଲେ ଦୀପିକା; ବ୍ରେକ୍‌ଅପ୍‌କୁ ନେଇ କହିଥିଲେ…

ବମ୍ବେ: ଅଭିନେତା ରଣବୀର ସିଂହଙ୍କୁ ବିବାହ ପୂର୍ବରୁ ଦୀପିକା ପାଦ୍ୟୁକୋନ ଅନେକଙ୍କ ପ୍ରେମରେ ପଡ଼ିଥିଲେ। ସେତେବେଳେ ଏହାକୁ ନେଇ ଚର୍ଚ୍ଚା ଶିଖର ଛୁଉଁଥିଲା। ଅଭିନେତ୍ରୀଙ୍କ ପ୍ରେମିକମାନଙ୍କ ମଧ୍ୟରୁ ଜଣେ ଥିଲେ ବିଜିନେସ ଟାଇକୁନ୍‌ ବିଜୟ ମାଲ୍ୟାଙ୍କ ପୁଅ ସିଦ୍ଧାର୍ଥ ମାଲ୍ୟା। ଉଭୟଙ୍କ ସମ୍ପର୍କ ବେଶି ଦିନ ଚାଲି ନ ଥିଲେ ହେଁ ବେଶ୍‌ କିଛି ଦିନ ଚର୍ଚ୍ଚାରେ ରହିଥିଲା। ହେଲେ ଅଲଗା ହେବା ପରେ ଉଭୟ ଭିନ୍ନ କାରଣ ଦେଇଥିଲେ।

ଫିଲ୍ମ ଦୁନିଆରେ ପାଦ ରଖିବା ସମୟରେ ରଣବିର କପୁରଙ୍କୁ ଭଲ ପାଇ ବସିଥିଲେ ଦୀପିକା। ସେମାନେ ଦୀର୍ଘଦିନ ଧରି ସମୟ ବିତାଇବା ସହ ଛୁଟି କଟାଉଥିଲେ। ଏପରିକି ଉଭୟ ବିବାହ କରିବାକୁ ଚାହୁଁଥିଲେ। ମାତ୍ର ହଠାତ ଅଲଗା ହେବାର ନିଷ୍ପତ୍ତି ନେଇ ସେମାନେ ପ୍ରଶଂସକଙ୍କୁ ଚମକାଇ ଦେଇଥିଲେ। ପରେ ଦୀପିକା ରଣବୀର ପ୍ରତାରଣା କରିଥିବା ଯୋଗୁ ଏପରି କରିଥିବା କହିଥିଲେ।

ରଣବିରଙ୍କଠାରୁ ଅଲଗା ହେବା ପରେ ଦୀପିକା ଡିପ୍ରେସନକୁ ଚାଲିଯାଇଥିଲେ। ଏହି ସମୟରେ ସିଦ୍ଧାର୍ଥ ତାଙ୍କ ଜୀବନରେ ଆସିଥିଲେ। ପ୍ରଥମେ ବନ୍ଧୁତା ହୋଇଥିଲା। ପରେ ଉଭୟ ପ୍ରେମରେ ପଡ଼ିଥିଲେ। ସିଦ୍ଧାର୍ଥଙ୍କ ସହ ଦୀପିକା ବିଭିନ୍ନ ଆଓ୍ବାର୍ଡ ଶୋ’ଠାରୁ ଆରମ୍ଭ କରି ପାର୍ଟିରେ ନଜର ଆସୁଥିଲେ। ହେଲେ ବ୍ୟବହାରରେ ପରିବର୍ତ୍ତନ ଲକ୍ଷ୍ୟ କରି ସିଦ୍ଧାର୍ଥଙ୍କଠାରୁ ଅଲଗା ହୋଇଥିଲେ ଦୀପିକା।

ବ୍ରେକ୍‌ଅପ୍‌ ପରେ ସଫେଇ ଦେଇ ଅଭିନେତ୍ରୀ କହିଥିଲେ, ସମ୍ପର୍କ ବଞ୍ଚାଇବାକୁ ବହୁତ ଚେଷ୍ଟା କରିଛି। ହେଲେ ସିଦ୍ଧାର୍ଥ ବେଶ ଅଜବ। ମୋତେ ଏହି ସମ୍ପର୍କରେ ଭବିଷ୍ୟତ ନଜର ଆସିଲାନାହିଁ। ଏଣୁ ଅଲଗା ହେବା ଶ୍ରେୟସ୍କର ବୋଲି ଭାବିଥିବା ସେ କହିଥିଲେ। ଅପରପକ୍ଷେ ସିଦ୍ଧାର୍ଥ ଦୀପିକାଙ୍କ ଉପରେ ଦୋଷ ଲଦିଥିଲେ। ତାଙ୍କୁ ଦାମୀ ଉପହାର, ବଡ ପାର୍ଟି ଦେଇଥିବା ସତ୍ତ୍ୱେ ସେ ବିପଦ ସମୟରେ ସାଙ୍ଗରେ ରହିଲେ ନାହିଁ। ସମ୍ପର୍କକୁ ନେଇ ସେ ଭୁଲ କଥା କହୁଥିବା ସିଦ୍ଧାର୍ଥ କହିଥିଲେ।

Share