ଫିଲ୍ମ ରିଲିଜ ପରେ ଆହୁରି ବୋଲ୍ଡ ହେଲେ ଦୀପିକା

ବମ୍ବେ: ବୋଲ୍ଡ ଦୃଶ୍ୟକୁ ନେଇ ଚର୍ଚ୍ଚାରେ ରହିଛି ଅଭିନେତ୍ରୀ ଦୀପିକା ପାଦ୍ୟୁକୋନ ଅଭିନୀତ ‘ଗେହରାଇୟାଁ’। ଚଳଚ୍ଚିତ୍ରରେ ଅଭିନେତା ସିଦ୍ଧାର୍ଥ ଚତୁର୍ବେଦୀଙ୍କ ସହ ସେ ଅନେକ ଚୁମ୍ବନ ଦୃଶ୍ୟ ଦେଇଛନ୍ତି। ବିବାହ ପରେ ଏହା ଦୀପିକାଙ୍କ ପ୍ରଥମ ଫିଲ୍ମ ହୋଇଥିବାରୁ ଭଲ ବ୍ୟବସାୟ କରିବ ବୋଲି ଆଶା କରାଯାଉଥିଲା। ହେଲେ ଏହା ସେତେଟା ସଫଳ ହୋଇପାରିନାହିଁ। ଅପରପକ୍ଷେ ଦୀପିକା ବେଳକୁ ବେଳ ଆହୁରି ବୋଲ୍ଡ ହେଉଛନ୍ତି। ନିକଟରେ ସେ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଥିବା ଫଟୋ ହିଁ ତାହାର ଉଦାହରଣ।

ନିକଟରେ ବିକିନି ଫଟୋଶୁଟ୍‌ କରିଥିଲେ ଦୀପିକା। ଏହାର କିଛି ଫଟୋ ସେ ନିଜର ସୋସିଆଲ ଆକାଉଣ୍ଟରେ ଶେୟାର କରିଛନ୍ତି। ସେଥିରୁ ଗୋଟିଏ ଫଟୋରେ ଗେହରାଇୟାଁର ଷ୍ଟାରକାଷ୍ଟ ଥିବା ଦେଖିବାକୁ ମିଳୁଛି। ଏହି ଫଟୋଗୁଡ଼ିକ ଏବେ ଭାଇରାଲ ହେଉଥିବା ବେଳେ ପ୍ରଶଂସକମାନେ ମତୁଆଲା ହେଉଛନ୍ତି।

Share