ବଲିଉଡ୍‌ରେ ୧୩ ବର୍ଷ

ମୁମ୍ବାଇ: ବଲିଉଡ୍ ବିୟୁଟି ଦୀପିକା ପାଦୁକୋନ । ବି ଟାଉନରେ ନିଜ ପାଇଁ ତିଆରି କରିଛନ୍ତି ଏକ ସ୍ୱତନ୍ତ୍ର ପରିଚୟ । ଆଜିକୁ ଠିକ୍ ୧୩ ବର୍ଷ ପୂର୍ବେ ସେ ବଲିଉଡ୍‌ରେ ଏଣ୍ଟ୍ରି କରିଥିଲେ । ପ୍ରଥମେ କନ୍ନଡ ଫିଲ୍ମରେ ନିଜର ଅଭିନୟର କଳା ଦେଖାଇଥିବା ଦୀପିକାଙ୍କ ଉପରେ ନଜର ପଡିଥିଲା ବଲିଉଡ୍ କୋରିଓଗ୍ରାଫର ଫରହା ଖାଁଙ୍କର । ତାଙ୍କର ଅଭିନୟ ଫରହାଙ୍କୁ ବେଶ୍ ପସନ୍ଦ ଆସିଥିଲା । ଏହାପରେ ଦୀପିକାଙ୍କୁ ମିଳିଥିଲା ବଲିଉଡ୍ ଅଫର୍ । ପ୍ରଥମେ ଶାହାରୁଖଙ୍କ ସହ ଫିଲ୍ମ ‘ଓମ୍ ଶାନ୍ତି ଓମ୍‌’ରେ ସେ ଦର୍ଶକଙ୍କ ହୃଦୟ ଜିତି ପାରିଥିଲେ । ଆଉ ଏହାପରେ ସେ ଆଉ ପଛକୁ ଫେରି ନ ଥିଲେ । ଗୋଟିଏ ପରେ ଗୋଟିଏ ହିଟ୍ ଫିଳ୍ମ ଭେଟିଦେଇ ସେ ଦର୍ଶକଙ୍କ ପ୍ରିୟ ନାୟିକା ପାଲଟି ଯାଇଥିଲେ । ଆଜି ୧୩ ବର୍ଷ ପରେ ସେ ଏବେ ବଲିଉଡ୍‌ର ଜଣେ ହାଇଏଷ୍ଟ ପେଡ୍ ନାୟିକାର ପରିଚୟ ବି ପାଇଛନ୍ତି । ତେବେ ବଲିଉଡ୍‌ରେ ୧୩ ବର୍ଷ ପୂର୍ତ୍ତି ଅବସରରେ ସେ ତାଙ୍କ ଟୁଇଟର ହ୍ୟାଣ୍ଡେଲରେ ‘ଓମ ଶାନ୍ତି ଓମ’ ଚଳଚ୍ଚିତ୍ରର ଚରିତ୍ର ‘ଶାନ୍ତିପ୍ରିୟା’କୁ ବଦଳାଇ ଦେଇଛନ୍ତି । ଏହାସହ ଡିପି ମଧ୍ୟ ବଦଳାଇ ଦେଇଛନ୍ତି । ସେତେବେଳେ ଏହି ଫିଲ୍ମ ବକ୍ସ ଅଫିସରେ ହିଟ୍ ହୋଇଥିବା ବେଳେ ଦୀପିକା ସାଉଁଟିଥିଲେ ଦର୍ଶକଙ୍କର ଅଜସ୍ର ପ୍ରଶଂସା ।

Share