କରୋନା ହେବା ପରେ ଅଭିନେତ୍ରୀଙ୍କୁ ଚିହ୍ନି ହେଉ ନ ଥିଲା

ବମ୍ବେ: ଥରକୁ ଥର ନୂଆ ରୂପରେ ଆସି କଲବଲ କରୁଛି ମହାମାରୀ କରୋନା। ସାଧାରଣଜନତାଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ ସେଲିବ୍ରିଟିମାନେ ଏଥିରୁ ବର୍ତ୍ତି ପାରୁନାହାନ୍ତି। କିଛି କରୋନାରେ ପ୍ରାଣ ହରାଇଥିବା ବେଳେ କିଛି ଅନେକ ସ୍ବାସ୍ଥ୍ୟଗତ ସମସ୍ୟା ଦେଇ ଗତି କରିଛନ୍ତି। ସେଭଳି ଜଣେ ହେଲେ ଅଭିନେତ୍ରୀ ଦୀପିକା ପାଦ୍ୟୁକୋନ।

ଗତ ବର୍ଷ କରୋନା ସଂକ୍ରମିତ ହୋଇଥିଲେ ଦୀପିକା। ଏହି ସମୟ ବହୁତ କଠିନ ଥିଲା। ଟେଷ୍ଟ ପଜିଟିଭ୍‌ ଆସିବା ପରେ ସେ ଦୁଇ ମାସ ଧରି କାମରୁ ବ୍ରେକ୍‌ ନେଇଥିଲେ। କାରଣ ତାଙ୍କ ମୁଣ୍ଡ ଠିକ୍‌ ଭାବେ କାମ କରୁ ନ ଥିଲା। କରୋନା ନେଗେଟିଭ୍‌ ଆସିବା ପରେ ପୋଷ୍ଟ କୋଭିଡ୍‌ ସମସ୍ୟାରେ ପୀଡ଼ିତ ଥିଲେ ଦୀପିକା। ଏଣୁ ତାଙ୍କୁ ସୁସ୍ଥ ହେବାକୁ ବେଶ ସମୟ ଲାଗିଥିଲା। ଏହି ସମୟ ତାଙ୍କ ପାଇଁ ବହୁତ କଠିନ ଥିଲା, ଯାହାକୁ ସେ ଭୁଲି ପାରିବେ ନାହିଁ ବୋଲି ନିକଟରେ ଏକ ସାକ୍ଷାତକାରରେ କହିଛନ୍ତି।

Share