ଦୀପିକାଙ୍କ ସୋସିଆଲ ମିଡିଆରୁ ସବୁ ପୋଷ୍ଟ ଗାଏବ

ବଲିଉଡର ଅଭିନେତ୍ରୀ ଦୀପିକା ପାଦୁକୋନ ନୂଆବର୍ଷ ସ୍ବାମୀ ରଣବୀରଙ୍କ ସହ ଜୟପୁରରେ ପାଳନ କରୁଛନ୍ତି। ନୂଆ ବର୍ଷ ୨୦୨୧ ଆରମ୍ଭ ପୂର୍ବରୁ ଦୀପିକା ପାଦୁକୋନଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଫେସବୁକ, ଟୁଇଟର୍‌ ଏବଂ ଇନଷ୍ଟାଗ୍ରାମରେ ତାଙ୍କର ସମସ୍ତ ପୋଷ୍ଟ ଅଦୃଶ୍ୟ ହୋଇଯାଇଛି। ଏବେ ଏହା ଏକ ପ୍ରଶ୍ନ ଯେ ସେମାନେ ନିଜେ ଏହି ପୋଷ୍ଟଗୁଡିକ ଡିଲିଟ କରିଛନ୍ତି ନା ତାଙ୍କ ଆକାଉଣ୍ଟ ହ୍ୟାକ ହୋଇଛି। ସୋସିଆଲ ମିଡିଆରେ ଦୀପିକାଙ୍କ ପ୍ରଶଂସକ ବହୁତ ଅଧିକ, ବର୍ତ୍ତମାନ ଏହା ତାଙ୍କ ପ୍ରଶଂସକଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି। ଦୀପିକାଙ୍କ ଇନଷ୍ଟାଗ୍ରାମରେ ୫୨ ମିଲିୟନରୁ ଅଧିକ ଅନୁଗାମୀ ଅଛନ୍ତି। ଏଥି ସହିତ ଟୁଇଟର ଏବଂ ଫେସବୁକରେ ତାଙ୍କର ଅନେକ ଅନୁଗାମୀ ମଧ୍ୟ ଅଛନ୍ତି। ଦୀପିକା ପାଦୁକୋନ ଏବେ ରଣବୀରଙ୍କ ସହ ରାଜସ୍ଥାନରେ ଅଛନ୍ତି ଏବଂ ସେଠାରେ ନୂତନ ବର୍ଷ ପାଳନ କରୁଛନ୍ତି। ଗତ ବର୍ଷ ଦୀପିକାଙ୍କ ଜୀବନରେ ବହୁତ ଅଶାନ୍ତି ଦେଖାଦେଇଥିଲା। ଡ୍ରଗ୍ସ ମାମଲାରେ ଦୀପିକା ଛନ୍ଦି ହୋଇପଡିଥିଲେ।

Share