ବୁର୍ଜ ଖଲିଫାରେ ‘୮୩’ର ଟ୍ରେଲର, ଖୁସିରେ କାନ୍ଦି ପକାଇଲେ ଦୀପିକା

ମୁମ୍ବାଇ: କବିର ଖାଁଙ୍କ ନିର୍ଦ୍ଦେଶିତ ଫିଲ୍ମ ‘୮୩’ର ଟ୍ରେଲର ଦର୍ଶକଙ୍କ ଏକ୍ସସାଇଟମେଣ୍ଟକୁ ବଢାଇ ଦେଇଛି । ସମସ୍ତେ ଟ୍ରେଲର ଦେଖିବା ପରେ ଫିଲ୍ମ ନିଶ୍ଚୟ ହିଟ ହେବ ବୋଲି ମତ ଦେଉଛନ୍ତି । ଫିଲ୍ମର ଷ୍ଟାର କାଷ୍ଟ ଦୀପିକା ପାଦୁକୋନ, ରଣବୀର ସିଂବି ପ୍ରମୋଶନ ପାଇଁ ସବୁ ଶକ୍ତି ଲଗାଇ ଦଇଛନ୍ତି । ନିକଟରେ ଦୁବଇର ବୁର୍ଜ ଖଲିଫାରେ ୮୩ର ଟ୍ରେଲର ଦେଖାଯାଇଥିଲା । ଏହି ଅକେଜନରେ ଦୀପିକା, ରଣବୀର ଓ କବିର ଖାଁ ସେଠାରେ ଉପସ୍ଥିତ ଥିଲେ । ତେବେ ବୁର୍ଜ ଖଲିଫାରେ ଫିଲ୍ମର ଟ୍ରେଲର ଦେଖି ଦୀପିକା ଭାବପ୍ରବଣ ହୋଇ ପଡିଥିଲେ । ତାଙ୍କ ଆଖିରୁ ଆନନ୍ଦାଶ୍ରୁ ଝରିପଡିଥିଲା ।
ନିକଟରେ ସୋସିଆ ମିଡିଆରେ ରଣବୀର ସିଂ ବୁର୍ଜ ଖଲିଫାରେ ଦେଖାଯାଇଥିବା ଟ୍ରେଲରର ଭିଡିଓ ଶେୟାର କରିଛନ୍ତି । ଏହି ଭିଡିଓରେ ଦୀପିକା ଇମୋଶନାଲ ନଜର ଆସିଛନ୍ତି, ଯେଉଁଥିରେ ତାଙ୍କ ଆଖିରୁ ଖୁସିର ଲୁହ ଝରିଯାଇଛି । ବୁର୍ଜ ଖଲିଫାରେ ‘୮୩’ର ଟ୍ରେଲର ଦେଖିବାକୁ ହଜାର ହଜାର ସଂଖ୍ୟାରେ ଲୋକ ଏକଜୁଟ ହୋଇଥିଲେ । ଏହି ଗ୍ରାଣ୍ଡ ଅକେଜନରେ ଫିଲ୍ମର କାଷ୍ଟ ଓ ପୂର୍ବତନ କ୍ରିକେଟର ସୁନିଲ ଗାଭାସ୍କର, କପିଲ ଦେବ ବି ଏହି ସ୍ୱତନ୍ତ୍ର ମୁହୂର୍ତ୍ତର ସାକ୍ଷି ହୋଇଥିଲେ ।

Share