ପୁଣି ହସ୍ପିଟାଲରେ ଭର୍ତ୍ତି ହେଲେ ଦୀପିକା

ବମ୍ବେ: ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତ୍ରୀ ଦୀପିକା ପାଦ୍ୟୁକୋନ୍‌। ଅସହଜ ଅନୁଭବ କରିବା ସହ ତାଙ୍କୁ ଅଣନିଃଶ୍ୱାସୀ ଲାଗିବାରୁ ସୋମବାର ସନ୍ଧ୍ୟାରେ ଅଭିନେତ୍ରୀଙ୍କୁ ବମ୍ବେର ବ୍ରିଚ୍‌ କୈଣ୍ଡି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ବିଭିନ୍ନ ସ୍ବାସ୍ଥ୍ୟପରୀକ୍ଷା କରାଯାଇଥିଲା। ଏବେ ତାଙ୍କର ଅବସ୍ଥାରେ ସୁଧାର ଆସିଥିବା ଜଣାପଡ଼ିଛି। ସେ ସୁସ୍ଥ ଅନୁଭବ କରିବା ପରେ ତାଙ୍କୁ ଡିସଚାର୍ଜ କରାଯାଇଛି।

ତେବେ କିଛି ମାସ ପୂର୍ବେ ଦୀପିକାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେ ଏକ ଫିଲ୍ମର ଶୁଟିଂ ବେଳେ ନିଃଶ୍ୱାସ ନେବାରେ ଅସୁବିଧା ହେଉଥିବା ଅଭିଯୋଗ କରିଥିଲେ। ପରେ ଗୋଟିଏ ଦିନ ତାଙ୍କର ଚିକିତ୍ସା କରାଯାଇଥିଲା। କୋଭିଡରୁ ସୁସ୍ଥ ହୋଇଥିବା ଯୋଗୁ ସେ ସେଭଳି ଅନୁଭବ କରୁଥିବା ଡାକ୍ତର କହିଥିଲେ।

Share