ବୋଲ୍ଡ ହେଲେ ଦୀପିକା, ପ୍ରଶଂସକ ପାଗଳ

ମୁମ୍ବାଇ,୧୩ା୩: ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ ଅଭିନୟ ବ୍ୟତୀତ ସୋସିଆଲ ମିଡିଆ ପ୍ଲାଟଫର୍ମରେ ବହୁତ ଆକ୍ଟିଭ୍‌। ସେ ଅଧିକାଂଶ ସମୟରେ ପ୍ରଶଂସକମାନଙ୍କ ସହିତ ତାଙ୍କର ହଟ୍‌ ଫଟୋ ଏବଂ ଶେୟାର କରିଥାନ୍ତି। ଏବେ ଦୀପିକାଙ୍କ ଏକ ଫଟୋ ଖୁବ୍‌ ଚର୍ଚ୍ଚାରେ ରହିଛି। ପୁଣି ଥରେ ଦୀପିକା ପ୍ରଶଂସକଙ୍କୁ ପାଗଳ କରିବା ପାଇଁ ସୁଯୋଗ ହାତଛଡ଼ା କରିନାହାନ୍ତି।

ଦୀପିକା ତାଙ୍କ ଇନ୍‌ଷ୍ଟାଗ୍ରାମରେ କିଛି ଫଟୋ ଶେୟାର କରିଛନ୍ତି। ସେଥିରୁ ଏକ ହଳଦିଆ ରଙ୍ଗର ଖୋଲା ଜ୍ୟାକେଟ୍‌ ପିନ୍ଧି ହଟ୍‌ ଲୁକ୍‌ରେ ନଜର ଆସିଛନ୍ତି। ଯାହା ପ୍ରଶଂସକଙ୍କୁ ପାଗଳ କରିଦେଇଛି। ଆଉ ଏକ ଫଟୋରେ ଧଳାରଙ୍ଗର ସୋଲଜର ଲେସ୍‌ ଡ୍ରେସ୍‌ ପିନ୍ଧିଥିଲେ। ସେହିପରି ଅନ୍ୟ ଏକ ଫଟୋରେ ଗ୍ରୀନ କଲରର ଏକ ସ୍କଟ ପିନ୍ଧିଥିବା ବେଳେ ବ୍ଲୁ କଲରର ଏକ ଖୋଲା ଶର୍ଟ ପିନ୍ଧିଛନ୍ତି। ଏଥିରୁ ତାଙ୍କ ବୋଲ୍ଡନେସ ସ୍ପଷ୍ଟ ବାରି ହୋଇପଡୁଛି।

Share