ଦୀପିକାଙ୍କ ଭଳି ଅବିକଳ ଚେହେରା

ବମ୍ବେ: ନାମ ରିଜୁତା ଘୋଷ ଦେବ। ହେଲେ ଦେଖିବାକୁ ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦ୍ୟୁକୋନଙ୍କ ଭଳି ହୋଇଥିବାରୁ ଏବେ ଚର୍ଚ୍ଚାରେ ସେ। ଲୋକେ ତାଙ୍କୁ ଦୀପିକାଙ୍କ ନକଲ ବୋଲି କହୁଥିବା ବେଳେ ସୋସିଆଲ ମିଡିଆରେ ତାଙ୍କର ଫଟୋ ଏବଂ ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି।

କିଛି ଦିନ ପୂର୍ବରୁ ଆଲିଆ ଭଟ୍ଟଙ୍କ ଭଳି ଦେଖାଯାଉଥିବା ଜଣେ ଯୁବତୀଙ୍କ ଭିଡିଓ ଭାଇରାଲ ହୋଇଥିଲା। ସେହିଭଳି ପୂର୍ବରୁ ଅଭିନେତ୍ରୀ ମାଧୁରୀ ଦିକ୍ଷୀତ, କରିସ୍ମା କପୁରଙ୍କ ଭଳି ଦେଖାଯାଉଥିବା ଯୁବତୀ ଚର୍ଚ୍ଚାକୁ ଆସିଥିଲେ।

Share