ମନ କିଣୁଛି ଦୀପିକାଙ୍କ ଓସ୍କାର ଆପ୍ଟର ଲୁକ ଇମେଜ

ମୁମ୍ବାଇ: ବଲିଉଡ ଦିଭା ଦୀପିକା ପାଦୁକୋନଙ୍କ କିଛି ଲେଟେଷ୍ଟ ଫଟୋ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି । ଦୀପିକାଙ୍କ ଏହି ଫଟୋ ଓସ୍କାର ଆୱାର୍ଡ ୨୦୨୩ ପରର । ଓସ୍କାର ଆୱାର୍ଡ ୨୦୨୩ରେ ପ୍ରେଜେଣ୍ଟର ଭାବେ ଦୀପିକା ପାଦୁକୋନ ମେହଫିଲ ଲୁଟି ନେଇଥିଲେ । ଏହାରି ଭିତରେ ତାଙ୍କର କିଛି ଲେଟେଷ୍ଟ ଫଟା ସାମ୍ନାକୁ ଆସିଛି । ସେ ଏହି ଫଟୋ ଗୁଡିକ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଶେୟାର କରିଛନ୍ତି ।
ଏହି ଫଟୋରେ ଦୀପିକା ପର୍ପଲ କଲରର ଷ୍ଟାଇଲିସ ଡ୍ରେସରେ ନଜର ଆସିଛନ୍ତି । ଏହି ଫଟୋରେ ତାଙ୍କର ଶାନଦାର ଲୁକକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏହି ଫଟୋ ସହ କ୍ୟାପଶନରେ ଅଭିନେତ୍ରୀ ଲେଖିଛନ୍ତି, ‘ଔର ଇସକେ ବାଦ’ ଅର୍ଥାତ୍ ଦୀପିକାଙ୍କ ଏହି ଫଟୋ ଓସ୍କାର ଆୱାର୍ଡ ଶେଷ ହେବା ପରେ ।
ଏହା ବ୍ୟତୀତ ଅଭିନେତ୍ରୀ ଓସ୍କାର ଇଭେଣ୍ଟ ପାଇଁ ବ୍ଲାକ କଲରର ଅଫ ସୋଲଡର ଗାଉନ ବି ପିନ୍ଧିଥିଲେ । କୁହାଯାଉଛି କି ଦୀପିକାଙ୍କ ଏହି ଷ୍ଟାଇଲିସ ଡ୍ରେସ ଲୁଇ ଭୁଇଟନ ତିଆରି କରିଛନ୍ତି ।

Share