ଖୁବଶୀଘ୍ର ମାତା-ପିତା ହେବାକୁ ଯାଉଛନ୍ତି ଦୀପିକା-ରଣବୀର!

ମୁମ୍ବାଇ: ବଲିଉଡ୍‌ର ସବୁଠାରୁ ଚର୍ଚ୍ଚିତ କପଲ ଦୀପିକା ପଦୁକୋନ ଓ ରଣବୀର ସିଂ ଖୁବଶୀଘ୍ର ମାତାପିତା ହେବାକୁ ଯାଉଥିବା ଖବର ଏବେ ଭାଇରାଲ ହେବାରେ ଲାଗିଛି । ଏନେଇ ବି ମୁହଁ ଖୋଲିଛନ୍ତି ରଣବୀର । ରଣବୀର ଏବେ ପ୍ରଥମଥର ଲାଗି ଛୋଟ ପରଦାରେ ଦେଖାଦେବାକୁ ଯାଉଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, କଲର୍ସ ଚ୍ୟାନେଲରେ ଆସନ୍ତା ୧୬ ତାରିଖରୁ ଏକ ନୂଆ ରିୟଲିଟି ଶୋ’ ପ୍ରସାରଣ ହେବାକୁ ଯାଉଛି ଯାହାର ହୋଷ୍ଟ ରହିଛନ୍ତି ରଣବୀର ସିଂ । ଏହି ଶୋ’ର ଲଞ୍ଚ ସମୟରେ ରଣବୀଙ୍କୁ ଅନେକ ଗୁଡିଏ ପ୍ରଶ୍ନ ପଚରା ଯାଇଥିଲା । ଯାହାର ଉତ୍ତର ରଣବୀର ତାଙ୍କ ନିଜ ଅନ୍ଦାଜରେ ଦେଇଥିଲେ । ଗୋଟିଏ ପ୍ରଶ୍ନ ଥିଲା ତାଙ୍କ ଜୀବନର ସବୁଠାରୁ ବଡ ପିକଚର କ’ଣ । ଏହାର ଉତ୍ତରରେ ରଣବୀର କହିଥିଲେ, ଏକ ଛୋଟିଆ ସୁନ୍ଦର ଘର ଯେଉଁଠାରେ ମୋ ପତ୍ନୀ ଦୀପିକା ପାଦୁକୋନ ଓ ମୋ ପିଲା ମୋ ପରିବାର ସମସ୍ତେ ଖୁସିରେ ରହୁଥିବେ ଓ ସୁସ୍ଥ ଥିବେ । ଏହା ମୋର ବିଗ ପିକ୍‌ଚର । ମୋତେ ଜଣାନାହିଁ ଏହା ଉପରକୁ ମୁଁ ଈଶ୍ୱରଙ୍କୁ ଆଉ କ’ଣ ମାଗି ପାରିବି । ହେଲେ ମୋର ଈଶ୍ୱରଙ୍କ ପାଖରେ ଏତିକି ପ୍ରାର୍ଥନା ବଞ୍ଚିିବା ପର୍ଯ୍ୟନ୍ତ ଦର୍ଶକଙ୍କର ମନୋରଞ୍ଜନ କରୁଥାଏ ବୋଲି ରଣବୀର କହିଛନ୍ତି । ବାସ୍ ଏହା ହେଉି ମୋ ଲାଇଫର ସବୁଠାରୁ ବଡ ପିକଚର । ସୂଚନାଯୋଗ୍ୟ, ରଣବୀରଙ୍କ ଏହି ବୟାନ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । କୁହାଯାଉଛି କି ଦୀପିକା-ରଣବୀର ଖୁବଶୀଘ୍ର ମାତାପିତା ହେବାକୁ ଯାଉଛନ୍ତି । ପ୍ରଥମଥର ଲାଗି ରଣବୀର ଏକ ରିୟଲିଟି ଶୋ’ ହୋଷ୍ଟ କରିବାକୁ ଯାଉଛନ୍ତି । ଏହି ଶୋ’ର ପ୍ରମୋଶନ ପାଇଁ ସେ ବିଗବସ୍ ୧୫ର ପ୍ରିମିୟର ଏପିସୋଡକୁ ଯାଇଥିଲେ । ଯେଉଁଠି ସେ ସଲମାନଙ୍କ ସହ ଖୁବ୍ ମଜାମସ୍ତି କରିଥିଲେ । ଦୁଇଜଣଙ୍କ ଅନ୍ଦାଜ ପ୍ରଶଂସକଙ୍କୁ ବେଶ୍ ପସନ୍ଦ ଆସିଥିଲା ।

Share