ପୁଣି ବ୍ରେକ୍‌ଅପ୍‌ କାହାଣୀ ବଖାଣିଲେ ଦୀପିକା

ବଲିଉଡର ସଫଳ ଅଭିନେତ୍ରୀ ଦୀପିକା ପାଦୁକୋନ ବେଶ୍‌ ଖୁସି ମିଜାଜ୍‌ର। ତାଙ୍କୁ ଦେଖି କେହି ଅନୁମାନ କରିପାରିବେ ନାହିଁ ଯେ ତାଙ୍କ ଜୀବନରେ ନିଶ୍ଚିତ ଭାବରେ କିଛି ଅସୁବିଧା ହୋଇଥଲା କିମ୍ବା ସେ ମଧ୍ୟ ଡିପ୍ରେସନର ଶିକାର ହୋଇପାରନ୍ତି। ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନେତା-ଅଭିନେତ୍ରୀ କେବେ କାମ ନ ପାଇବା ତ ଆଉ କେତେବେଳେ ସଫଳ ନ ହୋଇପାରିବା, ବ୍ରେକ୍‌ଅପ୍‌ ହେବା କାରଣରୁ ମଧ୍ୟ ଡିପ୍ରେସନ୍‌କୁ ଚାଲିଯାନ୍ତି। ନିକଟରେ ବଲିଉଡକୁ ଅନେକ ହିଟ ଦେଇଥିବା ଦୀପିକା ପାଦୁକୋନ ଏକ ସାକ୍ଷାତକାରରେ ୨୦୧୪ରେ ଡିପ୍ରେସନ ଥିଲେ ବୋଲି କହିଛନ୍ତି। ଡିପ୍ରେସନରେ ଥିବାବେଳେ ତାଙ୍କ ମା’ ସମର୍ଥନ କରିଥିଲେ। ତାଙ୍କ ମା ହିଁ ତାଙ୍କୁ ଏହି କଠିନ ସମୟରୁ ବାହାର କରିବାରେ ସାହାଯ୍ୟ କରିଥିଲେ। ଦୀପିକା କହିଛନ୍ତି ଯେ, ଥରେ ମୋ ପରିବାର ସଦସ୍ୟ ମୋତେ ଭେଟିବାକୁ ଆସିଥିଲେ, ଯେତେବେଳେ ସେମାନଙ୍କୁ ଫେରିବାର ସମୟ ଆସିଗଲା, ସେମାନେ ବ୍ୟାଗ ପ୍ୟାକ କରିବା ପରେ ମୁଁ କାନ୍ଦିବାକୁ ଲାଗିଲି। ମୋତେ ହଠାତ୍‌ କାନ୍ଦୁଥିବା ଦେଖି ମା’ ବୁଝିଗଲେ କ’ଣ ହେଲା? ସେତେବେଳେ ସେ ମୋତେ ଧୈର୍ଯ୍ୟ ଧରିବାକୁ ଆଶ୍ୱାସନା ଦେଇଥିଲେ। ଦୀପିକା ପାଦୁକୋନ ଅନେକ ଥର କହିଛନ୍ତି ଯେ, ବ୍ରେକଅପ ପରେ ସେ ଡିପ୍ରେସନରେ ଥିଲେ। ବଲିଉଡରରେ ଦୀପିକା ପାଦୁକୋନ ଏବଂ ରଣବୀର କପୁରଙ୍କ ମଧ୍ୟରେ ସମ୍ପର୍କ ବିଷୟରେ ଅନେକ ଚର୍ଚ୍ଚା ହୋଇଥିଲା। ଦୁହେଁ ମଧ୍ୟ ପରସ୍ପରର ଅତି ନିକଟତର ଥିଲେ କିନ୍ତୁ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ବ୍ରେକ୍‌ଅପ୍‌ ହୋଇଥିଲା। ଦୀପିକା ଏହାକୁ ସହି ପାରି ନ ଥିଲେ ଏବଂ ଦୀର୍ଘ ସମୟ ଧରି ଡିପ୍ରେସନରେ ଥିଲେ। ପରେ ଦୀପିକା ଏସବୁ ଭୁଲି ରଣବୀର କପୁର ବିବାହ କରିଥିଲେ।
ଦୀପିକା ପାଦୁକୋନ ଖୁବ ଶୀଘ୍ର ହ୍ରିତିକ ରୋଶନଙ୍କ ସହ ଏରିଲ ଆକ୍ସନ ଫିଲ୍ମ ଫାଇଟର୍‌ରେ ନଜର ଆସିବେ। ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ ‘ଫାଇଟର୍‌’ ଏକ ଜବରଦସ୍ତ ଫିଲ୍ମ ହେବ।

Share