ସୁସ୍ଥ ହୋଇ କାମ ଆରମ୍ଭ କଲେଣି ଦୀପିକା

ମୁମ୍ବାଇ: ଦେଶରେ କରୋନା ସଂକ୍ରମଣ ବେଳକୁ ବେଳ ବଢି ଚାଲିଥିବା ବେଳେ ଏହାଦ୍ୱାରା ସବୁ ବର୍ଗର ଲୋକେ ସଂକ୍ରମିତ ହେଉଛନ୍ତି । ବଲିଉଡ୍ ଦୁନିଆ ବି ଏଥିରୁ ବାଦ୍ ଯାଇନାହିଁ । ବହୁ ସତର୍କତା ପରେ ବି କେତେଜଣ କଳାକାର କରୋନାରେ ସଂକ୍ରମିତ ହୋଇଛନ୍ତି । ପଦ୍ମାବତ ଫେମ୍ ଦୀପିକା ପାଦୁକୋନ କିଛିଦିନ ପୂର୍ବେ କରୋନାରେ ପୀଡ଼ିତ ହୋଇଥିବା ବେଳେ ଏବେ ସେ ସୁସ୍ଥ ହୋଇ କାମରେ ଯୋଗ ଦେଇଛନ୍ତି । ତେବେ କରୋନା ସଂକ୍ରମଣ ବେଳର ଅନୁଭୁତି ବାଣ୍ଟିଛନ୍ତି ନାୟିକା । ଦୀପିକା କହିଛନ୍ତି କରୋନା ସତରେ ବହୁତ କଷ୍ଟ ଦାୟକ । ବିଶେଷ କରି କରୋନା ପରର ସ୍ଥିତି ଖୁବ୍ ମୁସ୍କିଲ । କରୋନା ଚିକିତ୍ସା ପାଇଁ ଦିଆଯାଉଥିବା ଔଷଧ ଖାଇବା ପରେ ସେ ଶାରୀରିକ ଓ ମାନସିକ ସ୍ତରରେ ଖୁବ୍ ପରିବର୍ତ୍ତନ ଲକ୍ଷ୍ୟ କରିଛନ୍ତି । ଯାହା କଷ୍ଟକର ବୋଲି କହିଛନ୍ତି ଅଭିନେତ୍ରୀ । ଦୀର୍ଘ ଦୁଇମାସ ପରେ କାମରେ ଯୋଗଦେଇ ଦୀପିକା କହିଛନ୍ତି କରୋନାର ମେଡିସିନ ମୋତେ ଆଉ ୨ ମାସ ରେଷ୍ଟ ନେବାକୁ ବାଧ୍ୟ କରିଛି । କାରଣ ସୁସ୍ଥ ହେବା ପରେ ତାଙ୍କ ମୁଣ୍ଡ କିଛି କାମ କରୁ ନ ଥିବା ସେ କହିଛନ୍ତି । କରୋନା ସଂକ୍ରମଣ ପରେ ଶରୀର କିଛି ଭିନ୍ନ ଅନୁଭବ କରୁଥିବା ବେଳେ ମନ କିଛି ଭିନ୍ନ ଅନୁଭବ କରୁଥିବ । ସତରେ ସେ ସମୟ ମୋ ପାଇଁ ବହୁ କଷ୍ଟକର ଥିବା ଦୀପିକା କହିଛନ୍ତି । ସୂଚନାଯୋଗ୍ୟ, ଦୀପିକା ଖୁବଶୀଘ୍ର ମୁଭି ‘ଗହରାଇୟାଁ’ରେ ନଜର ଆସିବେ । ଏଥିରେ ଦୀପିକାଙ୍କ ବ୍ୟତୀତ ସିଦ୍ଧାନ୍ତ ଚତୁର୍ବେଦୀ ଓ ଅନନ୍ୟା ପାଣ୍ଡେ ବି ନଜର ଆସିବେ । ୧୧ ଫେବୃୟାରୀରେ ଆମଜନ ପ୍ରାଇମ ଭିଡିଓରେ ଏହା ରିଲିଜ ହେବ ।

Share