‘ଯବାନ ଲାଗି ଟଙ୍କାଟିଏ ବି ନେଇନାହିଁ’

ବମ୍ବେ: ସୁପରଷ୍ଟାର ଶାହାରୁଖ ଖାନ୍‌ଙ୍କ ସହ ଫିଲ୍ମ ‘ଓମ୍‌ ଶାନ୍ତି ଓମ୍‌’ ଜରିଆରେ ବଲିଉଡ୍‌ରେ ପାଦ ଥାପିଥିଲେ ଦୀପିକା ପାଦ୍ୟୁକୋନ। ଫିଲ୍ମରେ ତାଙ୍କର ଅଭିନୟ ଦର୍ଶକଙ୍କ ମନ ଜିଣିବା ସହ ହିଟ୍‌ ହୋଇଥିଲା। ସେବେଠାରୁ ଦୁହେଁ ଦୁହିଁଙ୍କୁ ‘ଲକି ଚାର୍ମ’ ବୋଲି ମନେ କରନ୍ତି। ବାସ୍‌ ଏଥିଲାଗି ଶାହାରୁଖଙ୍କ ଫିଲ୍ମ ‘ଯବାନ’ରେ ସ୍ପେଶାଲ୍‌ ଆପିୟରାନ୍ସ ଲାଗି ଟଙ୍କାଟିଏ ବି ନେଇନାହାନ୍ତି ଦୀପିକା। ଏବେ ଏହା ସଫଳତାର ନୂଆ ଫର୍ଦ୍ଦ ରଚନା କରୁଥିବା ବେଳେ ଖୁସିବ୍ୟକ୍ତ କରି ଏପରି କହିଛନ୍ତି ଦୀପିକା।

ଅଭିନେତ୍ରୀ କହିଛନ୍ତି, ଫିଲ୍ମର ସଫଳତା ଦେଖି ବହୁତ ଖୁସି ଲାଗୁଛି। ମୋତେ ଲାଗେ ଆମେ ଦୁହେଁ ପରସ୍ପର ଲାଗି ଲକି ଚାର୍ମ। ଏମିତିରେ ଏକାଠି କାମ କରିବାର ସୁଯୋଗ ମିଳିଥିଲା। ଦୁହିଁଙ୍କ ମଧ୍ୟରେ ଥିବା ସମ୍ପର୍କ ମଧ୍ୟ ଦର୍ଶକଙ୍କୁ ପସନ୍ଦ ଆସିଛି। ଏଥିନେଇ ଏହା ୪୦୦ କୋଟି ବ୍ୟବସାୟ କରିଥିବା ସେ କହିଛନ୍ତି।

Share