ରଣବୀରଙ୍କ ଫଟୋ ଶେୟାର କରି ମନର କଥା କହିଲେ ଦୀପିକା

ଆଜିକାଲି ବଲିଉଡ ଅଭିନେତା ରଣବୀର ସିଂ ଚର୍ଚ୍ଚାରେ ଅଛନ୍ତି। ନିକଟରେ ସେ ନ୍ୟୁଡ୍‌ ଫଟୋଶୁଟ୍‌ କରି ବିବାଦ ଘେରକୁ ଆସୁଛନ୍ତି। ଅନେକ ଲୋକ ତାଙ୍କ ସମର୍ଥନରେ ଆସିଥିବାବେଳେ କେହି କେହି ତାଙ୍କୁ ଟ୍ରୋଲ ମଧ୍ୟ କରୁଛନ୍ତି। କେବଳ ଏତିକି ନୁହେଁ, ଜଣେ ଆଇନଜୀବୀ ନ୍ୟୁଡ୍‌ ଫଟୋକୁ ନେଇ ରଣବୀରଙ୍କ ନାଁରେ ରାଜ୍ୟ ମହିଳା ଆୟୋଗରେ ଅଭିଯୋଗ କରିଛନ୍ତି। ଏତେ ସବୁ ବିବାଦ ପରେ ରଣବୀରଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଦୀପିକା ପାଦୁକୋନ ସ୍ବାମୀଙ୍କ ଫଟୋ ଶେୟାର କରିଛନ୍ତି। ଦୀପିକାଙ୍କ ଏହି ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
ଫଟୋରେ ରଣବୀର ଏକ ଧଳା ଟି-ଶର୍ଟ ସହିତ ଅଫ ହ୍ବାଇଟ ବ୍ଲେଜର ପିନ୍ଧିଥିବାର ନଜର ଆସିଛନ୍ତି। ଫର୍ମାଲ୍‌ ଲୁକରେ ସେ ବହୁତ ହ୍ୟାଣ୍ଡ୍‌ସମ୍‌ ଦେଖାଯାଉଛନ୍ତି। ସମସ୍ତେ ରଣଭୀରଙ୍କ ଲୁକକୁ ପ୍ରଶଂସା କରୁଛନ୍ତି। ଫଟୋ ଶେୟାର କରି ଦୀପିକା ଲେଖିଛନ୍ତି – ହ୍ୟାଲୋ ହ୍ୟାଣ୍ଡ୍‌ସମ୍‌।
ରଣବୀର ଇଣ୍ଟରନ୍ୟାସନାଲ ମାଗାଜିନ ‘ପେପର୍‌’ର କଭର ପେଜ ପାଇଁ ଏକ ନ୍ୟୁଡ୍‌ ଫଟୋଶୁଟ କରାଇଥିଲେ। ଏହି ଫଟୋ ସୋଶିଆଲ ମିଡିଆରେ ଭାଇରାଲ ହୋଇଥିଲା। ମହିଳାଙ୍କ ଭାବନାକୁ ଆଘାତ ଦେବା ଅଭିଯୋଗରେ ରଣବୀରଙ୍କ ବିରୋଧରେ ଚେମ୍ବୁର ପୋଲିସ ଷ୍ଟେଶନରେ ଆଇପିସି ଆକ୍ଟ ୨୯୨, ୨୯୩ ଓ ୫୦୯ରେ ଏଫଆଇଆର୍‌ ରୁଜୁ କରାଯାଇଥିଲା।
ୱାର୍କ ଫ୍ରଣ୍ଟରେ ଦୀପିକା ପାଦୁକୋନ ଖୁବ ଶୀଘ୍ର ଶାହରୁଖ ଖାନ ଏବଂ ଜନ ଆବ୍ରହାମଙ୍କ ସହ ଫିଲ୍ମ ପଠାନରେ ନଜର ଆସିବେ। ଏହି ଫିଲ୍ମ ଜାନୁଆରୀ ୨୦୨୩ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଏହା ବ୍ୟତୀତ ସେ ହ୍ରିତିକ ରୋଶନଙ୍କ ସହ ଫାଇଟରରେ ନଜର ଆସିବେ।

Share