୫୬ଦିନ ପରେ ଇନ୍‌ଷ୍ଟାଗ୍ରାମ୍‌କୁ ଫେରିଲେ ଦୀପିକା

ମୁମ୍ବାଇ: ବଲିଉଡ୍‌ ଡିଭା ଦୀପିକା ପାଦୁକନ ହେଉଛନ୍ତି ସେହି ସେଲିବ୍ରିଟିଙ୍କ ମଧ୍ୟରୁ ଜଣେ, ଯେଉଁମାନେ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ନୁହଁନ୍ତି। ସୋସିଆଲ ମିଡିଆରେ ପ୍ରାୟ ତାଙ୍କୁ ଦେଖିବାକୁ ମିଳେ ନାହିଁ। ଗତ ଥର ଦୀପିକା ପ୍ରାୟ ୨ମାସ ପୂର୍ବରୁ ଅର୍ଥାତ୍‌ ଏପ୍ରିଲ ୨୦ରେ ନିଜର ଫଟୋ ଶେୟାର କରିଥିଲେ। ଏହାପରେ ମେ’ ୨ରେ ସେ ମେଣ୍ଟାଲ ହେଲ୍ପଲାଇନ୍‌ ସହ ଜଡିତ ଏକ ସାମାଜିକ ପୋଷ୍ଟ ଶେୟାର କରିଥିଲେ। ହେଲେ ଏବେ ୫୬-୫୭ଦିନ ପରେ ଦୀପିକା ପୁଣି ଥରେ ଇନ୍‌ଷ୍ଟାଗ୍ରାମ୍‌କୁ ଫେରିଛନ୍ତି। ଦୀପିକା ଇନ୍‌ଷ୍ଟାଗ୍ରାମ୍‌ରେ ଆଶା ଭର୍ସେସ ବାସ୍ତବତାର ଏକ ମଜାଳିଆ ପୋଷ୍ଟ ଶେୟାର କରିଛନ୍ତି। ସେ ଶେୟାର କରିଥିବା ୨ଟି ଫଟୋ ମଧ୍ୟରୁ ପ୍ରଥମଟିରେ ଯୋଗ କରୁଥିବାର ଦେଖିବାକୁ ମିଳିଛି। ଯାହା ଆଶା ବୋଲି ପ୍ରତିଫଳିତ ହେଉଛି। ସେହିପରି ଅନ୍ୟଟିରେ ସେ ଶୋଇଥିବାର ନଜର ଆସିଛନ୍ତି, ଯାହା ବାସ୍ତବତା। ଅଭିନେତ୍ରୀଙ୍କ ଏହି ମଜାଳିଆ ପୋଷ୍ଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ପୋଷ୍ଟରେ ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି ପ୍ରଶଂସକମାନେ ମଧ୍ୟ ବେଶ୍‌ ପ୍ରତିକ୍ରିୟା ଦେଇଛନ୍ତି। ଅନ୍ୟପଟେ ଇନ୍‌ଷ୍ଟାଗ୍ରାମ୍‌ରେ ଦୀପିକାଙ୍କ କମ୍‌ବ୍ୟାକକୁ ନେଇ ପ୍ରଶଂସକ ଖୁସି ବ୍ୟକ୍ତ କରିଛନ୍ତି। ଜଣେ ୟୁଜର୍ସ ତାଙ୍କ ପୋଷ୍ଟରେ ପ୍ରତିକ୍ରିୟା ଦେଇ ଲେଖିଛନ୍ତି, ଶେଷରେ ବହୁ ଦିନ ପରେ ତାଙ୍କର ପୋଷ୍ଟ ଆସିଲା। ଆଉ ଜଣେ ୟୁଜର୍ସ ଲେଖିଛନ୍ତି, ଶୋଇଥିବା ସମୟରେ ଜଣେ କିଭଳି ଏତେ ସୁନ୍ଦର ଦେଖାଯାଇପାରିବ। ଦୀପିକାଙ୍କ କାର୍ଯ୍ୟ କଥା କହିବାକୁ ଗଲେ ଖୁବ୍‌ଶୀଘ୍ର ସେ ବାୟୋପିକ୍‌ ଫିଲ୍ମ ‘୮୩’ରେ ନଜର ଆସିବେ। ଏହି ଫିଲ୍ମରେ ତାଙ୍କୁ ରଣବୀର ସିଂହଙ୍କ ସହ ଦେଖିବାକୁ ମିଳିବ। ଏଥିରେ ରଣବୀରଙ୍କୁ କପିଲ ଦେବଙ୍କ ଭୂମିକାରେ ଏବଂ ଦୀପିକା ତାଙ୍କ ପତ୍ନୀ ରେମାଙ୍କ ଚରିତ୍ରରେ ନଜର ଆସିବେ।

Share