ପୁଣି ଏକାଠି ହେବେ ବିଗ୍‌ବି-ଦୀପିକା

ବମ୍ବେ: ପୁଣି ଥରେ ଏକାଠି ଆସିବେ ବିଗ୍‌ବି ଅମିତାଭ ବଚ୍ଚନ ଏବଂ ଚୁଲବୁଲି ଦୀପିକା ପାଦୁକୋନ। ଚଳଚ୍ଚିତ୍ର ‘ପିଙ୍କ’ ପରେ ଏହି ଯୋଡିକୁ ‘ଦ ଇନ୍‌ଟର୍ନ’ ଫିଲ୍ମରେ ଦେଖିବାକୁ ମିଳିବ। ସମାନ ନାମର ହଲିଉଡ ଫିଲ୍ମର ଏହା ହେଉଛି ହିନ୍ଦି ରିମେକ୍‌। ପୂର୍ବରୁ ଦିବଂଗତ ଅଭିନେତା ଋଷି କପୁରଙ୍କୁ ଏଥିପାଇଁ ସାଇନ୍‌ କରାଯାଇଥିଲା। ହେଲେ ଅଭିନେତାଙ୍କ ନିଧନ ପରେ ତାଙ୍କ ଶୂନ୍ୟସ୍ଥାନ ପୂରଣ କରିବେ ବିଗ୍‌ବି। ନିର୍ମାତାମାନେ ଫିଲ୍ମର ଶୁଟିଂକୁ ନେଇ ପ୍ରସ୍ତୁତି ଆରମ୍ଭ କରିଦେଲଣି। ଖୁବ୍‌ଶୀଘ୍ର ତାହା ସେ ନେଇ ଡେଟ୍‌ ଫାଇନାଲ ହେବ। ଫିଲ୍ମଟିର କାହାଣୀ କର୍ମକ୍ଷେତ୍ରର ସୁନ୍ଦର ସମ୍ପର୍କ ଉପରେ ଗତିଶୀଳ। ଏହା ଆଜିର ସମୟରେ ବେଶ ଜୀବନ୍ତ କାହାଣୀ ପାଲଟିବା ସହ ଦର୍ଶକଙ୍କ ଭରପୂର ମନୋରଞ୍ଜନ କରିବ ବୋଲି ଆଶା କରାଯାଉଛି।

Share