ଫଟୋଗ୍ରାଫରଙ୍କ ଉପରେ ରାଗିଗଲେ ଦୀପିକା, କହିଲେ ପୋଲିସରେ ଦେଇଦେବି

ମୁମ୍ବାଇ: ବଲିଉଡ୍‌ ସେଲିବ୍ରିଟିଙ୍କୁ ସାଧାରଣତଃ ଫଟୋଗ୍ରାଫରଙ୍କ ସାମ୍ନା କରିବାକୁ ପଡ଼ିଥାଏ। ଯେଉଁଠି ଷ୍ଟାର ସେଠି ଫଟୋଗ୍ରାଫରଙ୍କ ଭିଡ଼। ସେଲିବ୍ରିଟିମାନେ ମଧ୍ୟ ଭିନ୍ନ ଭିନ୍ନ ପୋଜ୍‌ରେ ଫଟୋ ଉଠାଇଥାନ୍ତି। ବେଳେବେଳେ ସେଲିବ୍ରିଟିମାନେ ଫଟୋଗ୍ରାଫରଙ୍କ ଉପରେ ଚିଡ଼ି ଯା’ନ୍ତି। କାରଣ ଫଟୋଗ୍ରାଫରମାନେ ସେଲିବ୍ରିଟିଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟରେ ପଶିବାକୁ ଚେଷ୍ଟା କରିଥାନ୍ତି। ଏବେ ଏମିତି ଘଟିଛି ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ କ୍ଷେତ୍ରରେ। ଦୀପିକା ଜଣେ ଫଟୋଗ୍ରାଫରଙ୍କ ଉପରେ ରାଗିଯିବା ସହ ତାଙ୍କ ନାମରେ ଅଭିଯୋଗ କରିବାକୁ ଧମକ ଦେଇଛନ୍ତି।
ଏକ ରିପୋର୍ଟ ଅନୁଯାୟୀ, ଦୀପିକା ଏହି ଫଟୋଗ୍ରାଫରଙ୍କୁ ଗାଳି କରିଥିଲେ। ଯେତେବେଳେ ଦୀପିକା ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ସହିତ ଧର୍ମା ଅଫିସରୁ ବାହାରିଲେ, ଏହି ସମୟରେ ଫଟୋଗ୍ରାଫରମାନେ ଫଟୋ ଉଠାଇବାକୁ ତାଙ୍କ ପଛରେ ଧାଇଁଥିଲେ। ଫଳରେ ଦୀପିକା ଖୁବ୍‌ ରାଗି ଯାଇଥିଲେ। କହିଥିଲେ, ଆମେ ଘରକୁ ଯାଉଛୁ। ସବୁବେଳେ ପିଛା କରିବା କ’ଣ ଦରକାର। ସେତିକିରେ ଦୀପିକାଙ୍କ ରାଗ ଶାନ୍ତ ହୋଇ ନ ଥିଲା। ସେ କାର୍‌ରୁ ବାହାରି ଆସି ଫଟୋଗ୍ରାଫରଙ୍କ ନାମରେ ଅଭିଯୋଗ କରିବେ ବୋଲି ଧମକ ଦେଇଥିଲେ।
ସୂଚନା ଥାଉକି, ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଫଟୋଗ୍ରାଫରମାନେ କେତେକ ସେଲିବ୍ରିଟିଙ୍କୁ ଫଲୋ କରୁଛନ୍ତି।

Share