୭୫ତମ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ବିଚାରକ ମଣ୍ଡଳୀରେ ଦୀପିକା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ପ୍ରଶଂସକ ପାଇଁ ଏକ ଖୁସି ଖବର। ୭୫ତମ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ସ୍ବତନ୍ତ୍ର ଓ ବହୁ ଚମତ୍କାର ବିଚାରକ ମଣ୍ଡଳୀ ପାଇଁ ଦୀପିକା ପାଦୁକୋନଙ୍କୁ ଚୟନ କରାଯାଇଛି। ଅନ୍ତର୍ଜାତୀୟ ପ୍ରତିଯୋଗିତାର ୮ଜଣିଆ ସଦସ୍ୟ ବିଶିଷ୍ଟ ବିଚାରକ ମଣ୍ଡଳୀର ଏକ ଅଂଶ ଭାବେ କାନ୍ସ ଫେଷ୍ଟିଭାଲ ଭାରତୀୟ ସୁପରଷ୍ଟାର ଦୀପିକା ପାଦୁକୋନଙ୍କୁ ସାମିଲ କରିବାକୁ ଘୋଷଣା କରିଛି। ଏହି ବିଚାରକ ମଣ୍ଡଳୀର ଅଧ୍ୟକ୍ଷତା ଫ୍ରାନ୍ସର ଅଭିନେତା ଭିନ୍‌ସେଣ୍ଟ ଲିଣ୍ଡନ କରିବେ ଏବଂ ଏଥିରେ ଦୀପିକାଙ୍କ ସହ ଇରାନୀ ଫିଲ୍ମ ନିର୍ମାତା ଅସଘର ଫରହାଡି, ସ୍ବିଡେନ ଅଭିନେତ୍ରୀ ନୋମି ରାପେସ, ଅଭିନେତ୍ରୀ ସ୍କ୍ରିନ ରାଇଟର୍‌ ନିର୍ମାତା ରେବିକା ହଲ୍‌, ଇଟାଲୀୟ ଅଭିନେତ୍ରୀ ଜସ୍ମିନ ଟ୍ରିନ୍‌କା, ଫ୍ରାନ୍ସର ନିର୍ଦ୍ଦେଶକ ଲାଡୋ ଲି, ଆମେରିକା ନିର୍ଦ୍ଦେଶକ ଜେଫ୍‌ ନିକୋଲ୍ସ ଓ ନରଓ୍ବେର ନିର୍ଦ୍ଦେଶକ ଜୋଆଚିମ ଟ୍ରାୟର୍‌ ସାମିଲ ହେବେ। ଭାରତୀୟ ସିନେମାରେ ଦୀପିକା ନିଜ କ୍ୟାରିୟର ସମୟରେ ନିଜର ଚମତ୍କାରିତା ଅଭିନୟରେ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଛନ୍ତି।

Share