ଦାମୀ ମାସ୍କ ପିନ୍ଧିଲେ ଦୀପିକା: ଦାମ୍‌ ଜାଣିଲେ…

ବଲିଉଡ୍‌ର ସୁପରହିଟ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ ନିଜର ଅଭିନୟ ଏବଂ ଫ୍ୟାଶନ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ତେବେ ଏହା ବିମାନବନ୍ଦରର ଲୁକ୍‌ ହେଉ ଅବା ପାର୍ଟି ଲୁକ୍‌। ସେ ନିଜର ପ୍ରତ୍ୟେକ ଲୁକ୍‌ ସହ ଲୋକଙ୍କୁ ପାଗଳ କରିଥାନ୍ତି। ଏବେ ଦୀପିକାଙ୍କର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ଅଭିନେତ୍ରୀଙ୍କୁ ମୁମ୍ବାଇର ଏକ ହୋଟେଲରୁ ବାହାରୁଥିବାର ଦେଖିବାକୁ ମିଳୁଛି। ଏହି ସମୟରେ ଦୀପିକା ତାଙ୍କର ଜଣେ ବନ୍ଧୁଙ୍କ ସହ ରାତ୍ରୀ ଭୋଜନ ପାଇଁ ଆସିଥିଲେ। ଏହି ବିଶେଷ ଅବସରରେ ସେ ଟପ୍‌ ଟୁ ବଟମ୍‌ କଳା ରଙ୍ଗର ପୋଷାକ ପିନ୍ଧିଥିଲେ। ଏଥିସହ କଳାରଙ୍ଗର ଏକ ମାସ୍କ ମଧ୍ୟ ସେ ଲଗାଇଥିଲେ। ତେବେ ଏହି ଫଟୋରେ ଦୀପିକାଙ୍କ ପୋଷାକ ଅପେକ୍ଷା ତାଙ୍କ ମାସ୍କର ବେଶି ଚର୍ଚ୍ଚା ହେଉଛି। ଏହି ମାସ୍କର ମୂଲ୍ୟ ୨୫ ହଜାର ଟଙ୍କା। ସେହିପରି ସେ ହାତରେ ଧରିଥିବା ବ୍ୟାଗ୍‌ର ମୂଲ୍ୟ ୨ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି।

Share