ସ୍ତ୍ରୀଙ୍କ କମେଣ୍ଟ୍‌କୁ ଅପେକ୍ଷା କରିଥିଲେ ରଣବୀର, ଶେଷରେ…

ବଲିଉଡ୍‌ ଅଭିନେତା ରଣବୀର ସିଂ ସୋସିଆଲ ମିଡିଆରେ ସ୍ତ୍ରୀ ଦୀପିକା ପାଦୁକୋନଙ୍କ ସହ ବହୁତ ମଜା କରନ୍ତି। ପରସ୍ପରର ଗୋଡ ଟାଣିବାଠାରୁ ଆରମ୍ଭ କରି ପରସ୍ପର ଉପରେ ପ୍ରେମ ବର୍ଷା କରିବାକୁ ଉଭୟ ଆଦୌ ପଛାନ୍ତି ନାହିଁ। ନିକଟରେ ରଣବୀର ଇନଷ୍ଟାଗ୍ରାମରେ ନିଜର ଏକ ଫଟୋ ଶେୟାର କରିଛନ୍ତି। ଏହି ଫଟୋ ଉପରେ ଦୀପିକାଙ୍କ କମେଣ୍ଟକୁ ଉତ୍ସାହର ସହିତ ସେ ଅପେକ୍ଷା କରିଥିଲେ। ଶେଷରେ ଦୀପିକା ଏହି ପୋଷ୍ଟରେ କମେଣ୍ଟ ଦେଇଛନ୍ତି।
ରଣଭୀର ଏକ କ୍ଲାସୀ ଲୁକରେ ନିଜର କଳା ଏବଂ ଧଳା ଫଟୋ ଶେୟାର କରିଥିଲେ। ଫଟୋରେ ସେ କଳା ରଙ୍ଗର ଶର୍ଟ ପିନ୍ଧିଥିବାର ନଜର ଆସିଛନ୍ତି। ଏହି ଫଟୋ ଶେୟାର କରି ରଣବୀର ଲେଖିଛନ୍ତି – ମୁଁ ମୋ ସ୍ତ୍ରୀଙ୍କ କମେଣ୍ଟକୁ ଅପେକ୍ଷା କରିଛି।
ରଣବୀରଙ୍କ ଏହି ପୋଷ୍ଟରେ ଦୀପିକାଙ୍କ କମେଣ୍ଟକୁ ପ୍ରଶଂସକମାନେ ମଧ୍ୟ ଉତ୍ସାହର ସହିତ ଅପେକ୍ଷା କରିଥିଲେ। ଏବେ ଶେଷରେ ଦୀପିକା କମେଣ୍ଟ ଦେଇ ଲେଖିଛନ୍ତି- ଶୀଘ୍ର ମୋ ପାଖକୁ ଆସ। ଏକ ହୃଦୟ ଇମୋଜି ମଧ୍ୟ ପୋଷ୍ଟ କରିଛନ୍ତି।
ରଣବୀର ସିଂ ଖୁବ ଶୀଘ୍ର ବିୟର ଗ୍ରୀଲ୍ସ ଶୋ’ରେ ନଜର ଆସିବେ। ଏହି ଶୋ’ ଜୁଲାଇ ୮ରେ ନେଟଫ୍ଲିକ୍ସରେ ଷ୍ଟ୍ରିମିଂ ହେବ। ଏହି ଶୋ’ର ଟ୍ରେଲର ରିଲିଜ ହୋଇଛି। ଏହା ବ୍ୟତୀତ ରଣବୀରଙ୍କୁ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ସହ ସର୍କସରେ ଦେଖିବାକୁ ମିଳିବ ଏହି ଫିଲ୍ମଟି ରୋହିତ ଶେଟ୍ଟୀଙ୍କ ଦ୍ୱାରା ନିର୍ଦ୍ଦେଶିତ ହୋଇଛି।

Share