ଶୁଟିଂ ସେଟ୍‌ରେ ଦୀପିକା ଅସୁସ୍ଥ, ଡାକ୍ତରଖାନାରେ ହେଲେ ଭର୍ତ୍ତି

ବମ୍ବେ: ଶୁଟିଂ ସେଟରେ ଅସୁସ୍ଥ ହୋଇପଡ଼ି ହସ୍ପିଟାଲରେ ଭର୍ତ୍ତି ହେଲେ ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ। ଦୀପିକା ହାଇଦ୍ରାବାଦରେ ପ୍ରଭାସଙ୍କ ସହ ତାଙ୍କ ପରବର୍ତ୍ତୀ ଫିଲ୍ମର ଶୁଟିଂ କରୁଛନ୍ତି। ଏହାର ଶୁଟିଂସେଟ୍‌ରେ ସେ ଥିବା ବେଳେ ହଠାତ୍‌ ଅସୁସ୍ଥ ହୋଇପଡ଼ଥିବା ଜଣାପଡ଼ିଛି।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ଶୁଟିଂ ଚାଲିଥିବା ବେଳେ ହଠାତ ଦୀପିକା ଅସହଜ ଅନୁଭବ କରିଥିଲେ। ଏହାପରେ ତାଙ୍କ ହୃଦସ୍ପଦନ ବଢ଼ି ଯାଇଥିଲା। ସେ ଅସ୍ଥିର ଅନୁଭବ କରିବାରୁ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା କରାଯିବା ପରେ ସେ ପୁଣି ଶୁଟିଂସେଟକୁ ଫେରିଛନ୍ତି। ଧୀରେଧୀରେ ସେ ସ୍ବାଭାବିକ ଅନୁଭବ କରୁଥିବା କୁହାଯାଉଥିଲେ ହେଁ ଦୀପିକାଙ୍କ ଟିମ ପକ୍ଷରୁ ତାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ କୌଣସି ପ୍ରକାରର ସୂଚନା ଦିଆଯାଇନାହିଁ।

Share