ପୁଣି ଦେଶକୁ ଗର୍ବିତ କଲେ ଦୀପିକା

ମୁମ୍ବାଇ: ବଲିଉଡ ନାୟିକା ଦୀପିକା ପାଦୁକୋନ ଗୋଟିଏ ପରେ ଗୋଟିଏ ହିଟ୍ ମୁଭି ଦେଇ ଦର୍ଶକଙ୍କ ମନ କିଣିଥିବା ବେଳେ ଅନ୍ତରାଷ୍ଟ୍ରୀୟ ମଞ୍ଚରେ ବି ଦେଶକୁ ପ୍ରାଉଡ ଫିଲ କରାଉଛନ୍ତି । ପୁଣିଥରେ ଅଭିନେତ୍ରୀ ଦେଶକୁ ଗର୍ବ କରିବାର ମୌକା ଦେଇଛନ୍ତି । କଥା ହେଲା ଦୀପିକା ପାଦୁକୋନ ଓସ୍କାର ୨୦୨୩ରେ ପ୍ରେଜେଣ୍ଟର ଭାବେ ନଜର ଆସିବେ । ଗୁରୁବାର ରାତିରେ ଦୀପିକା ଇନଷ୍ଟାଗ୍ରାମରେ ସମସ୍ତ ପ୍ରେଜେଣ୍ଟରଙ୍କ ନାମ ସହ ଏକ ପୋଷ୍ଟ ଶେୟାର କରିଛନ୍ତି ।

ଦୀପିକା ପୋଷ୍ଟ ଶେୟାର କରିବା ପରେ କମେଣ୍ଟ ସେକସନରେ ଶୁଭେଚ୍ଛାର ସୁଅ ଛୁଟିଛି । ଦୀପିକାଙ୍କ ଭଉଣୀ ଅନିଶା ପାଦୁକୋନ କମେଣ୍ଟ ସେକସନରେ ଲେଖିଛନ୍ତି ‘ବୁମ’ । ଏପଟେ ଦୀପିକାଙ୍କ ପତି ରଣବୀର ସିଂ କମେଣ୍ଟ ସେକସନରେ କ୍ଲାପ ବାଲା ଇମୋଜି ପୋଷ୍ଟ କରିଛନ୍ତି । ଏପଟେ ପ୍ରଶଂସକମାନେ ବି ଦୀପିକାଙ୍କୁ ଏହି ଆଚିଭମେଣ୍ଟ ପାଇଁ ଖୁବ୍ ଶୁଭେଚ୍ଛା ଜଣାଇଛନ୍ତି । ସୂଚନାଯୋଗ୍ୟ, ୯୫ ତମ ଏକାଡେମୀ ଆୱାର୍ଡ ୧୨ ମାର୍ଚ୍ଚ(ଭାରତରେ ୧୩ ମାର୍ଚ୍ଚ)ରେ ଲସ ଆଞ୍ଜେଲସର ଡାଲି ଥିଏଟରରେ ଆୟୋଜିତ ହେବାକୁ ଯାଉଛି । ଚଳିତ ବର୍ଷ ଓସ୍କାରରେ ଭାରତ ପାଇଁ ଏକ ବିଶେଷ ବର୍ଷ କାରଣ ଏଥର କେବଳ ଗୋଟିଏ ନୁହେଁ ୩ଟି ଇଣ୍ଡିଆନ ଫିଲ୍ମ ଓସ୍କାର ଆୱାର୍ଡ ୨୦୨୩ ପାଇଁ ନୋମିନେଟ ହୋଇଛି ।

Share