‘ଗ୍ଲୋବାଲ ଆଚିଭର୍ସ ଆୱାର୍ଡ’ ପାଇବାରେ ଏକମାତ୍ର ଭାରତୀୟ ହେଲେ ଦୀପିକା

ମୁମ୍ବାଇ: ନିଜର ଭିନ୍ନ ଅନ୍ଦାଜକୁ ନେଇ ସମସ୍ତଙ୍କ ଦିଲରେ ରାଜ କରୁଥିବା ଦୀପିକା ପାଦୁକୋନ ପୁଣିଥରେ ଆସିଛନ୍ତି ଚର୍ଚ୍ଚାକୁ । ସେ ତାଙ୍କର ଗ୍ଲୋବଲ ଲୋକପ୍ରିୟତାକୁ ସାବ୍ୟସ୍ତ କରି ଗ୍ଲୋବାଲ ଆଚିଭର୍ସ ଆୱାର୍ଡ ୨୦୨୧ ନିଜ ନାଁରେ କରି ନେଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଏହି ସୂଚିରେ ବାରାକ ଓବାମା, ଜେଫ ବେଜୋସ, କ୍ରିଷ୍ଟିୟାନୋ ରୋନାଲ୍‌ଡୋ ଇତ୍ୟାଦି ବିଶ୍ୱର କେତେକ ଲୋକପ୍ରିୟ ନାମ ସାମିଲ ହୋଇଛି । ସୂଚନା ମୁତାବକ ଚଳିତ ବର୍ଷ ଗ୍ଲୋବାଲ ଆୱାର୍ଡ ୨୦୨୧ ପାଇଁ ପ୍ରାୟ ୩ହଜାରରୁ ଅଧିକ ଆବେଦନ ଆସିଥିଲା । ଜୁରିଙ୍କ ପାଇଁ ଏହାକୁ ସଟ୍ ଲିଷ୍ଟ କରିବା କାଠିକର ପାଠ ଥିଲା । କାରଣ ସମସ୍ତ ନାମାଙ୍କନ ନିଜ ନିଜ କ୍ଷେତ୍ରରେ ସଫଳ ଟ୍ରାକ୍ ରେକର୍ଡ ରଖିଥିଲେ । ଦୀପିକାଙ୍କ କଥା କହିଲେ ସେ ବିଶ୍ୱର ଜଣେ ପରିଚିତ ଚେହେରା । କେବଳ ଫ୍ୟାଶନ ଷ୍ଟେଟମେଣ୍ଟ ନୁହେଁ ତାଙ୍କର ଅଭିନୟ ଓ ପରଫରମାନ୍ସ ସ୍କିଲକୁ ସମସ୍ତେ ଖୁବ୍ ପସନ୍ଦ କରନ୍ତି । ସେ ଭାରତରେ ସର୍ବଶ୍ରେଷ୍ଠ ଅଭିନେତ୍ରୀ ଭାବେ ପରିଚିତ ଦୀପିକା ଏମିତି ଏକ ସ୍ଥାନ ତାଙ୍କ ପରିଶ୍ରମ ଯୋଗୁ ହାସ କରିଛନ୍ତି ବୋଲି କୁହାଯାଏ । ୨୦୧୮ ମସିହାରେ ଟାଇମ ମାଗାଜିନ୍ ତାଙ୍କୁ ବିଶ୍ୱର ୧୦୦ ପ୍ରଭାବଶାଳୀ ଲେକାଙ୍କ ମଧ୍ୟରେ ସ୍ଥାନ ଦେଇଥିଲା । ସେ ସମୟରେ ସେ ଭାରତୀୟ ଅଭିନେତ୍ରୀ ଭାବେ ଏକେଲା ଏହି ସ୍ଥାନ ପାଇଥିଲେ । ଏହାର ବର୍ଷେ ପରେ ଦୀପିକା ମାନସିକ ସ୍ୱାସ୍ଥ୍ୟ ପ୍ରତି ସଚେତନତା ସୃଷ୍ଟି ପାଇଁ ୨୬ ତମ ବାର୍ଷିକ କ୍ରିଷ୍ଟଲ ପୁରସ୍କାରରେ ସମ୍ମାନୀତ ହୋଇଥିଲେ । ଏହାସହ ସେ ଦାବୋସ ୨୦୨୦ବିଜେତାଙ୍କ ତାଲିକାରେ ସାମିଲ ହୋଇଥିବା ଏକମାତ୍ର ଭାରତୀୟ ଅଭିନେତ୍ରୀ ଥିଲେ । ଦୀପିକା ନିଜ କାମ ଓ ପର୍ସନାଲ ଲାଇଫକୁ ନେଇ ସବୁବେଳେ ଥାଆନ୍ତି ଚର୍ଚ୍ଚାରେ । ସେ ନିଜର କାମ ପାଇଁ ଲୋକଙ୍କ ହୃଦୟ ଜିତିବାରେ ମାହିର । ଏମିତିକି ତାଙ୍କ ସ୍ମାଇଲ ବି ଲୋକଙ୍କ ମନରେ ଘର କରିନିଏ ।

Share