ଲେଡି ସିଙ୍ଘମ ହେବେ ଦୀପିକା

ବମ୍ବେ: ଲେଡି ସିଙ୍ଘମ୍‌ ହେବେ ଦୀପିକା ପାଦ୍ୟୁକୋନ। ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କ ଆଗାମୀ ଫିଲ୍ମ ‘ସିଙ୍ଘମ ଏଗେନ୍‌’ରେ ନଜର ଆସିବେ ସେ। ଏନେଇ ଘୋଷଣା ହେବା ପରେ ଦୀପିକାଙ୍କ ପ୍ରଶଂସକ ଖୁସିବ୍ୟକ୍ତ କରିଛନ୍ତି।

ଆଉ ଏକ ଖୁସି ଖବର ହେଉଛି ଦୀପିକାଙ୍କ ସହ ଫିଲ୍ମରେ ଅଭିନେତା ଅଜୟ ଦେବଗନ ନଜର ଆସିବେ। ସେ ନିଜର ଲୋକପ୍ରିୟ ଚରିତ୍ର ବାଜିରାଓ ସିଙ୍ଘମ ତୁଲାଇବେ।

୨୦୧୧ରେ ‘ସିଙ୍ଘମ’ ପ୍ରଥମ ଥର ଲାଗି ରିଲିଜ ହୋଇଥିଲା। ଏହାକୁ ବେଶ ପସନ୍ଦ କରାଯିବା ପରେ ୨୦୧୪ରେ ‘ସିଙ୍ଘମ ରିଟର୍ନସ’ ଆସିଥିଲା। ହେଲେ ‘ସିଙ୍ଘମ ଏଗେନ୍‌’ରେ ପ୍ରଥମ ଥର ଲାଗି ଜଣେ ଅଭିନେତ୍ରୀଙ୍କୁ ପୋଲିସ ଭୂମିକାରେ ଦେଖିବାକୁ ମିଳିବ।

Share